31.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତରଙ୍କ ଅବହେଳା ଯୋଗୁ ୨ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

ଡାକ୍ତରଙ୍କ ଅବହେଳା ଯୋଗୁ ୨ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁ ୨ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ଡ୍ୟୁଟି ସମୟରେ ଶୋଇଥିଲେ ଏବଂ ଯେତେ ଡାକିଥିଲେ ବି ଉଠି ନଥିଲେ । ଫଳରେ ନର୍ସ ପ୍ରସବ କରାଇଥିଲେ । ଫଳରେ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏଭଳିି ସଙ୍ଗୀନ ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ବହଡ଼ିହ ଗାଁର ମାନୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ନର୍ସ ପ୍ରସବ କରାଇଥିଲେ । ପ୍ରଥମେ ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ୩ ଘଣ୍ଟା ପରେ ଡାକ୍ତର ଆସି ମାନୀଙ୍କ ଆଉ ଥରେ ପ୍ରସବ କରାଇଥିଲେ । ତେବେ ଜନ୍ମର କିଛି ସମୟ ପରେ ସେହି ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ସବୁ ରିପୋର୍ଟ ଠିକ୍ ଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ମାନୀଙ୍କ ସ୍ୱାମୀ କହିଛନ୍ତି । ଡାକ୍ତର ଡ୍ୟୁଟି ସମୟରେ ଶୋଇଥିଲେ ଏବଂ ଯେତେ ଡାକିଥିଲେ ବି ଉଠି ନଥିଲେ । ଫଳରେ ନର୍ସ ପ୍ରସବ କରାଇଥିଲେ । ଆଉ ୩ ଘଣ୍ଟା ପରେ ଡାକ୍ତର ଆସି ଆଉ ଥରେ ପ୍ରସବ କରାଇଥିଲେ । ତେଣୁ ଡାକ୍ତରଙ୍କ ଅବହେଳା ଯୋଗୁ ହିଁ ୨ ଶିଶୁଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ, ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ଭଦ୍ରକ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ କହିଛନ୍ତି । ଯଦି ପିଲାର ଓଜନ କମ୍ ଥିଲା ତା’ହେଲେ ଏମିତି ହୋଇଥାଇପାରେ ବୋଲି ସେ କହିଛନ୍ତି । ସୂଚନାଥାଉ କି, ଅନେକ ସମୟରେ ସରକାରୀ ଡାକ୍ତରଖାନାରେ ଡାକ୍ତର ହେଉ କିମ୍ବା ମେଡିକାଲ୍ କର୍ମଚାରୀଙ୍କ ଅବହେଳା ଯୋଗୁ ଅକାଳରେ ଅନେକ ଜୀବନ ଚାଲି ଯାଉଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking