34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରିତୀ; ପ୍ରେମିକକୁ ଅନ୍ଧ କରିଦେଲେ ପ୍ରେମିକା

ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରିତୀ; ପ୍ରେମିକକୁ ଅନ୍ଧ କରିଦେଲେ ପ୍ରେମିକା

ଓ୍ୱାଶିଂଟନ: ମହଙ୍ଗା ପଡିଲା ପରକୀୟା ପ୍ରିତୀ । ପ୍ରେମିକର ଆଖି ଫୁଟାଇଦେଲା ପ୍ରଥମ ପ୍ରେମିକା । ଘଟଣା ଘଟିଛି ଆମେରିକାର ଫ୍ଲୋରିଡାରେ । ଏଠାରେ ୪୪ ବର୍ଷୀୟା ଜଣେ ମହିଳା ପ୍ରେମିକର ଆଖିରେ ଫୁଟାଇଦେଇଛି ଇଞ୍ଜେକ୍ସନ । ତା ପୁଣି ଜଣେ ମହିଳାଙ୍କୁ ଅନାଇବାରୁ । ଅର୍ଥାତ୍ ପ୍ରେମିକ ଜଣଙ୍କ ଅନ୍ୟ ମହିଳାଙ୍କୁ ଅନାଇବାରୁ ।

ଏମିତିକି କୁକୁରକୁ ଦିଆଯାଉଥିବା ରାବିସ୍ ଇଞ୍ଜେକ୍ସନ ନେଇ ପ୍ରେମିକର ଆଖି ଫୁଟାଇଥିଦେଇଥିଲେ । ସେହି ବ୍ୟକ୍ତିଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ଉପରେ ଏତେ ବିରକ୍ତ ହୋଇଥିଲେ ଯେ, ସେ ତାଙ୍କ ବ୍ୟତୀତ ଅନ୍ୟ ଝିଅଙ୍କୁ ଅନାଉଥିଲେ । ଗତ ଶନିବାର ନଭେମ୍ୱର ୨୬ର ଘଟଣା, ସେଦିନ ପ୍ରେମିକ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ସେଥିରେ ଝିଅଟି ପ୍ରେମିକ ଉପରେ ଆକ୍ରମଣ କରିଥିଲା ।

ପ୍ରେମିକ ଉପରେ ଆକ୍ରମଣ ଅଭିଯୋଗରେ ସାନ୍ଦ୍ରା ଜିମେନେଜ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ଫ୍ଲୋରିଡା ପୋଲିସ । ଅଭିଯୋଗ ଅନୁଯାୟୀ ପ୍ରେମିକଙ୍କ ଗୋଟିଏ ଆଖିରେ କଣା ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଛି । ଶନିବାର ଦିନ ମିଆମି-ଡେଡ କାଉଣ୍ଟିରେ ଥିବା ଏକ ଘରେ ଏହି ଘଟଣା ଘଟିଛି । କହିବାକୁ ଗଲେ ଆଠ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରୁଥିଲେ ।

ପୋଲିସକୁ ଦେଇଥିବା ବିବୃତ୍ତିରେ ପୀଡିତ ପ୍ରେମିକ କହିଛନ୍ତି ଯେ ଜିମେନେଜ ତାଙ୍କୁ ଦୁଇଥର ଇଞ୍ଜେକ୍ସନ ଦ୍ୱାରା ଆଖିକୁ ଆକ୍ରମଣ କରିଥିଲେ । ପରେ ସେ ସୋଫା ଉପରେ ପଡ଼ିଯାଇଥିଲେ । ତେବେ ଏହି ଆକ୍ରମଣ ପରେ ତାଙ୍କ ଡାହାଣ ଆଖିରେ ବଡ ଗାତ ସୃଷ୍ଟି ହୋଇଥିଲା । ଏହା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପ୍ରେମିକ ଜଣଙ୍କ ଉପାୟ ନପାଇ ୯୧୧ ଡାଏଲ୍ କରିଥିଲେ । କିଛି ସମୟ ପରେ ପୋଲିସ ତାଙ୍କୁ ଘର ବାହାରେ ଏକ

ସେପଟେ ଧରାପଡିବା ପରେ ଜିମେନେଜ ତାଙ୍କ ଅପରାଧକୁ ସ୍ୱୀକାର କରିନାହାଁନ୍ତି । ବରଂ ଓଲଟା କହିଛନ୍ତି ଯେ, ତାଙ୍କ ପ୍ରେମିକଙ୍କ ଆଘାତ ଆତ୍ମଘାତୀ । ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କୁ ମିଆଁମାର ଟର୍ନର ଗିଲଫୋର୍ଡ ନାଇଟ୍ ସଂଶୋଧନ କେନ୍ଦ୍ରରେ ରଖାଯାଇଛି । ତାଙ୍କ ଉପରେ ୭.୫୦୦ ଡଲାର ଜୋରିମାନା ମଧ୍ୟ ଲଗାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking