34.1 C
Bhubaneswar
Friday, October 18, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ

ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ । ଆହତ ବ୍ୟକ୍ତି ଜଣଙ୍କ ହେଲେ ରୋହିତ ପାତ୍ର (୪୫) । ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ବରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର । ରୋହିତ ଅନେକ ସମୟରେ ଘରକୁ ମଦ ପିଇ ଆସି ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମାରପିଟ କରନ୍ତି । ତେବେ ଆଜି ସକାଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ନିଜ ସ୍ଵାମୀର ବେକ ଓ ପିଠିକୁ କାଟି ଦେଇଥିଲେ । ରେହିତଙ୍କ ଚିତ୍କାର ଶୁଣି ପରିବାର ଲୋକେ ଓ ଗାଁଲୋକେ ଦୌଡି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଏହାପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking