ଥାନେ: ଥାନେର ମୁମ୍ବ୍ରା ଅଞ୍ଚଳରେ ମୋଟର୍ ଚାଳକମାନଙ୍କଠାରୁ ଟ୍ରାଫିକ୍ ପୁଲିସମାନେ ଲାଞ୍ଚ ଗ୍ରହଣ କରୁଥିବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରୁ ସମୁଦାୟ ୪୦ଜଣ ଟ୍ରାଫିକ୍ ପୁଲିସଙ୍କୁ ବଦଳି କରାଯାଇଥିବା କଥା ରବିବାର ଦିନ ଜାରି ହୋଇଥିବା ସରକାରୀ ବିବୃତିରୁ ଜଣାପଡ଼ିଛି।
ମୁମ୍ବ୍ରା ଟ୍ରାଫିକ୍ ପୋଲିସ ଡିଭିଜନ୍ରୁ ବଦଳି ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ଇନ୍ପେକ୍ଟର ସୁରେଶ ଖେଡ଼େକର, ଦୁଇଜଣ ସହକାରୀ ସବ୍-ଇନ୍ସ୍ପେକ୍ଟର୍ ଓ କେତେକ କନେଷ୍ଟବଳ। ମୁମ୍ବ୍ରା ଅଞ୍ଚଳ ଦେଇ ଯାଇଥିବା ରାଜପଥର ଭିଡ଼ ହେଉଥିବା ଅଂଶରେ ଟ୍ରାଫିକ୍ ପୁଲିସମାନେ ଭାରୀଯାନଗୁଡ଼ିକର ଚାଳକମାନଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଏହି ବଦଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।