32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକାବୁଲ ବିସ୍ଫୋରଣକାରୀଙ୍କୁ ଖୋଜି ଖୋଜି ମାରୁଛି ଆମେରିକା ସେନା

କାବୁଲ ବିସ୍ଫୋରଣକାରୀଙ୍କୁ ଖୋଜି ଖୋଜି ମାରୁଛି ଆମେରିକା ସେନା

କାବୁଲ: କାବୁଲ ଆତ୍ମଘାତୀ ବିସ୍ଫୋରଣ ଘଟଣାର ବଦଲା ନେଉଛି ଆମେରିକା । ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛନ୍ତି ଆମେରିକା ସେନା। ଗତକାଲି କାବୁଲ ଏୟାରପୋର୍ଟ ନିକଟରେ ଆମେରିକା କରିଛି ଡ୍ରୋନ୍‌ ଷ୍ଟ୍ରାଇକ୍‌ । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲା ଆମେରିକା। କାବୁଲ ବିମାନବନ୍ଦର ଅଳ୍ପ ଦୂରରେ ଥିବା ଏକ ଜନବସତିକୁ ଟାର୍ଗେଟ କରାଯାଇଥିଲା । ଏଥିରେ ଗୋଟିଏ ପରିବାରର ୬ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀ ଗାଡ଼ିକୁ ସଫଳ ଭାବେ ଟାର୍ଗେଟ୍‌ କରାଯାଇଥିଲା ।

ଡ୍ରୋନ୍‌ ଷ୍ଟ୍ରାଇକ୍‌ ପରେ ବିସ୍ଫୋରଣ ହୋଇଥିଲା । ଧୂଆଁରେ ଆଛାଦିତ ହୋଇ ଯାଇଥିଲା ଆକାଶ । ଗାଡ଼ିରେ ବିସ୍ଫୋରକ ଥିବାରୁ ବିସ୍ଫୋରଣ ହୋଇଥିଲା। ଏ ନେଇ ସ୍ପଷ୍ଟ କରିଛି ଆମେରିକାର ସେଣ୍ଟ୍ରାଲ କମାଣ୍ଡ । କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ କରାଇ ଦେଇଥିଲେ ବାଇଡେନ୍‌ । ଏପଟେ ଆଜି କାବୁଲରେ ଏକାଧିକ ରକେଟ୍‌ ମାଡ଼ ହୋଇଛି।

କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ହୋଇଛି ଏହି ରକେଟ ଆକ୍ରମଣ। ବିସ୍ଫୋରଣରେ କମ୍ପିଛି ଆଖପାଖ ଅଞ୍ଚଳ। ସକାଳୁ ସକାଳୁ ଧୂଆଁରେ ଭର୍ତ୍ତି ହୋଇଗଲା କାବୁଲ ସହର। କିଛି ସ୍ଥାନରେ ନିଆଁ ମଧ୍ୟ ଲାଗିଯାଇଛି। ଏକ ଗାଡ଼ିରୁ ରକେଟ ଟାର୍ଗଟେ କରାଯାଇଥିଲା। ରକେଟ କିଏ ମାଡ଼ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking