27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବୟାନ ରେକର୍ଡ ପାଇଁ ଯାଇଥିଲେ ଦୁଷ୍କର୍ମ ପୀଡ଼ିତା; କ’ଣ ହେଲା ଜାଣନ୍ତୁ....

ବୟାନ ରେକର୍ଡ ପାଇଁ ଯାଇଥିଲେ ଦୁଷ୍କର୍ମ ପୀଡ଼ିତା; କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ:  ନ୍ୟାୟ ଦେବା ବଦଳରେ କଲେ ଅନ୍ୟାୟ । ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ସହ ଦୁର୍ବ୍ୟବହାର କଲେ ଖୋଦ୍ ଜଜ୍ । ଯେତେବେଳେ ଜଣେ ଦୁଷ୍କର୍ମ ପୀଡ଼ିତା ନିଜୟ ବୟାନ ରେକର୍ଡ କରିବା ପାଇଁ ଜଜ୍‌ଙ୍କ ନିକଟକୁ ଯାଇଥିଲେ, ସେଠାରେ ଜଜ୍ ତାଙ୍କୁ ନ୍ୟାୟ ଦେବା ବଦଳରେ ପ୍ରଶ୍ନ ପଚାରିବା ବାହାନାରେ ମହିଳାଙ୍କ ଶରୀରରେ ହାତମାରିବାକୁ ଲାଗିଲେ । ଜଜ୍‌ଙ୍କୁ ଏଭଳି କରିବାକୁ ବାରଣ କରିବାରୁ ଜଜ୍ କହିଥିଲେ ଏଭଳି ମାମଲାରେ ଆମକୁ ଏମିତି ହାତ ମାରିବାକୁ ପଡ଼ିଥାଏ । ଖୋଦ ମହିଳା ଜଣକ ଏଭଳି ଅଭିଯୋଗ କରିଛନ୍ତି । ଗତ ସପ୍ତାହରେ ତ୍ରିପୁରାରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ଜଜ୍‌ଙ୍କ ଚ୍ୟାମ୍ବରରେ ହିଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ମାମଲା କୋର୍ଟରେ ପହଞ୍ଚିବା ପରେ ତ୍ରିପୁରା ଉଚ୍ଚ ନ୍ୟାୟାଳୟର ଧଲାଇ ଜିଲ୍ଲାର କମାଲପୁରର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ ବିଶ୍ୱତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ଆଇନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ଉକ୍ତ ଅଭିଯୁକ୍ତ ଜଜ୍‌ଙ୍କୁ ହାଇକୋର୍ଟ ପକ୍ଷରୁ ବର୍ତ୍ତମାନ ପାଇଁ ବ୍ୟାନ୍ କରାଯାଇଛି । ଏହାସହ ଷ୍ଟେସନ୍ ଛାଡ଼ି ବିନା ଅନୁମତିରେ କୁଆଡ଼େ ନଯିବା ପାଇଁ ମଧ୍ୟ କୁହାଯାଇଛି । ୨୩ ବର୍ଷୀୟ ଦୁଷ୍କର୍ମ ପୀଡିତାଙ୍କ ପକ୍ଷରୁ ଜଜ୍‌ଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କୁ ଗତ ୧୩ ଫେବୃଆରୀରେ ୨୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ସେନେଇ ସେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଜଜ୍‌ଙ୍କ ନିକଟକୁ ସେ ବୟାନ ରେକର୍ଡ ପାଇଁ ଯାଇଥିଲେ । କିନ୍ତୁ ଜଜ୍‌ଙ୍କ ଏଭଳି ବ୍ୟବହାର ପରେ ସେ ବୟାନ ରେକର୍ଡ ନକରି ସେଠାରୁ ଦୌଡ଼ି ପଳାଇଆସିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking