25.8 C
Bhubaneswar
Saturday, July 27, 2024
Homeଅପରାଧରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା

ରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା । ଡକାୟତଙ୍କୁ ବିରୋଧ କରିବାରୁ ୨୩ଥର ଛୁରି ଭୁସି ହତ୍ୟାକଲେ । ପୂର୍ବ ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ଥିବା ଏକ ପାର୍କରେ ଘଟିଛି ଏହି ହତ୍ୟାକାଣ୍ଡ । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ପୋଲିସର ସୂଚନାନୁସାରେ, ମୃତ ବ୍ୟକ୍ତିଙ୍କ ନାଁ ହେଉଛି ନରେନ୍ଦ୍ର । ସେ ରାପିଡୋ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ସମୟରେ ତାଙ୍କ ସାଙ୍ଗମାନଙ୍କ ସହ ଏକ ପାର୍କରେ ମଦ୍ୟପାନ କରୁଥିଲେ ।

ଏହି ସମୟରେ କିଛି ଲୋକ ତାଙ୍କ ନିକଟକୁ ଆସିଥିଲେ । ସେମାନେ ଲୁଟ କରିବା ଉଦ୍ଦେଶ୍ୟରେ ନରେନ୍ଦ୍ର ଓ ତାଙ୍କ ସାଙ୍ଗମାନଙ୍କୁ ଆକ୍ରମଣ କରିଥିଲେ । ସେଠାରୁ ନରେନ୍ଦ୍ରଙ୍କ ସାଙ୍ଗ ପଳାଇଯାଇଥିଲେ । ନରେନ୍ଦ୍ର ସେମାନଙ୍କୁ ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ୨୩ଥର ଛୁରୀରେ ହତ୍ୟା କରିଥିଲେ । କିଛି ସମୟ ପରେ ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି । ନରେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ୫ରୁ ୬ଜଣ ଡକାୟତ ମିଳିତ ଆକ୍ରମଣ କରିଥିଲେ । ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking