28.1 C
Bhubaneswar
Friday, July 26, 2024
Homeଦେଶ ବିଦେଶଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ ପୋଖରୀକୁ ଖସି ପଡ଼ିଲା ଟ୍ରାକ୍ଟର; ୨୪ ଜଣଙ୍କ...

ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ ପୋଖରୀକୁ ଖସି ପଡ଼ିଲା ଟ୍ରାକ୍ଟର; ୨୪ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ଅଧାରେ ରହିଗଲା ଗଙ୍ଗା ସ୍ନାନ । ପୂର୍ଣ୍ଣମୀ ଅବସରରେ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ ପୋଖରୀକୁ ଖସି ପଡିଲା ଟ୍ରାକ୍ଟର । ପ୍ରାଣ ହରାଇଲେ ୨୪ ଜଣ । ଉତ୍ତରପ୍ରଦେଶର କସଗଞ୍ଜରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକଙ୍କ ମଧ୍ୟରେ ୧୩ଜଣ ଛୋଟ ପିଲା ରହିଥିବା ବେଳେ ୮ ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଡି ସହ ଧକ୍କା ଦେବାରୁ ବର୍ତ୍ତାଇବାକୁ ପାଇଁ ଭାରସାମ୍ୟ ହରାଇ ଟ୍ରକଟି ନଦୀକୁ ଖସି ପଡିଥିଲା । ସୂଚନା ଅନୁସାରେ, ଉକ୍ତ ଦୁର୍ଘଟଣା କସଗଞ୍ଜ ଜିଲ୍ଲାର ପଟିୟାଲୀ କୋତୱାଲି କ୍ଷେତ୍ରର ଦରିୟାବଗଞ୍ଜ ନିକଟରେ ହୋଇଥିଲା ।

ଜୈଥରା ଥାନା କ୍ଷେତ୍ରରେ ଛୋଟେ କସ ଗ୍ରାମର ଲୋକମାନେ କସଗଞ୍ଜର ପଟିୟାଲୀ ତହସିଲ କ୍ଷେତ୍ରରେ କାଦରହଗଞ୍ଜ ଘାଟକୁ ଏକ ଟ୍ରକ ଯୋଗେ ଯାଉଥିଲେ । ଆଜି ପୂର୍ଣ୍ଣମା ରହିଥିବା ଯୋଗୁଁ ଗ୍ରାମର ପ୍ରାୟ ୩୫ରୁ୪୦ ମହିଳାମାନେ ଛୁଆଙ୍କୁ ଧରି ବୁଡ ପକାଇବା ବାହାରିଥିଲେ । ହେଲେ ରାସ୍ତାରେ ଅନ୍ୟ ଏକ ଯାନ ସାମ୍ନାକୁ ଆସିଯାଇଥିଲା । ଗାଡିଆ ନିକଟରେ ଏକ ଯାନ ସହିତ ଧକ୍କାକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ପୋଖରୀକୁ ଖସି ପଡିଥିଲା ଟ୍ରକ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । କାନ୍ଦ ବୋବାଳି ଚିତ୍କାରରେ ଫାଟି ପଡିଥିଲା ପୁରା ପରିବେଶ । ତେବେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଦୁର୍ଘଟଣାରେ ପ୍ରଥମେ ୭ଜଣ ଛୁଆ ଏବଂ ୮ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ୪ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ଥିତି ଗମ୍ଭୀର ରହିଥିବା ସୂଚନା ରହିଛି ।

ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ପରବର୍ତ୍ତି ସମୟରେ ମୃତ୍ୟ ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଛି । ତେବେ ଏହି ଭୟାନକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଏକ୍ସରେ ଲେଖିଛନ୍ତି, “କସଗଞ୍ଜ ଜିଲ୍ଲାରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ପାଇଁ ମୁଁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି । ଅନ୍ୟପଟେ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ସହୟତା ରାଶି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking