27.1 C
Bhubaneswar
Saturday, July 27, 2024
Homeଅପରାଧଅଷ୍ଟମ ଶ୍ରେଣୀ ଛାତ୍ରକୁ ହତ୍ୟା ଷଷ୍ଠ ଶ୍ରେଣୀର ଛାତ୍ର

ଅଷ୍ଟମ ଶ୍ରେଣୀ ଛାତ୍ରକୁ ହତ୍ୟା ଷଷ୍ଠ ଶ୍ରେଣୀର ଛାତ୍ର

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଳୀର ଉଷ୍ମାନପୁର ଥାନା ଅଞ୍ଚଳର ସନ୍ଥରବିଦାସ ଗଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ଏକ ସ୍କୁଲ୍‌ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ସେହି ସ୍କୁଲ୍‌ର ଅଷ୍ଟମ ଶ୍ରେଣୀର ଛାତ୍ରକୁ ହତ୍ୟା କରିଛି । ମୃତ ଛାତ୍ରଙ୍କ ପରିବାର ଲୋକ ଅନ୍ୟ ଛାତ୍ର ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ହୋଇଛି ଯେ ଏକ ଛୋଟ ବିବାଦ ପରେ ଏପରି ହତ୍ୟାକାଣ୍ଡ ଘଟିଛି । ପୁଲିସ ଅଭିଯୋଗ ପାଇବା ପରେ ଏହି ମାମଲାର ପ୍ରାଥମିକ ତଦନ୍ତ କରି ପୂରା ଘଟଣା ଜାଣିବାକୁ ପାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସ୍କୁଲ୍‌ର ଜଣେ ୧୨ ବର୍ଷ ବାଳକ ଓ ଜଣେ ୧୪ ବର୍ଷର ବାଳକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏକ ଛୋଟିଆ କଥାରୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଏହା ହତ୍ୟାର ରୂପ ନେଇଥିଲା । ମୃତକ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଶରୀରର କେକେତ ସ୍ଥାନରେ ମଧ୍ୟ ଚିହ୍ନ ଦେଖିବାକୁ ମିିଳିଛି । ଉଭୟଙ୍କ ମଧ୍ୟରେ ଝଗଡ଼ା ସ୍କୁଲ୍ ମଧ୍ୟରେ ହୋଇଥଇଲେ ବି ହତ୍ୟାକାଣ୍ଡ ସ୍କୁଲ୍ ପରିସର ବାହାରେ ହୋଇଛି । ଏହି ମାମଲାରେ ପୁଲିସ୍ ଅଭିଯୁକ୍ତ ଛାତ୍ରକୁ ଗିରଫ କରିିଛି । ଏହି ହତ୍ୟାକାଣ୍ଡ ଗତକାଲି ଅପରାହ୍ନରେ ହୋଇଛି । ହତ୍ୟାକାଣ୍ଡ ପରେ ପୀଡ଼ିତ ଛାତ୍ରଙ୍କୁ ଜେପିସି ହସ୍ପିଟାଲ୍‌କୁ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking