27.1 C
Bhubaneswar
Tuesday, May 7, 2024
Homeଓଡିଶାବିଧାନସଭାରେ ଅତ୍ୟାଧୁନିକ ‘ଭିଡ଼ିଓ କଡ଼ଫରେନ୍ସିଂ’ ହଲ୍ ଖୁବ୍‌ଶୀଘ୍ର

ବିଧାନସଭାରେ ଅତ୍ୟାଧୁନିକ ‘ଭିଡ଼ିଓ କଡ଼ଫରେନ୍ସିଂ’ ହଲ୍ ଖୁବ୍‌ଶୀଘ୍ର

ଭୁବନେଶ୍ୱର: ବିଧାନସଭାରେ ଖୁବଶୀଘ୍ର ଅତ୍ୟାଧୁନିକ ‘ଭିଡ଼ିଓ କନ୍‌ଫରେନ୍ସିଂ’ ହଲ୍ ନିର୍ମାଣ ହେବ । ଏଥିରେ ୫୦ ସଦସ୍ୟ ବସିବାର ବ୍ୟବସ୍ଥା ରହିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଇ-ବିଧାନସଭା କାର୍ଯ୍ୟ ଏହାଦ୍ୱାରା ତ୍ୱରାନ୍ୱିତ ହୋଇପାରିବ । ତେଣୁ ଧାର୍ଯ୍ୟ ସମୟ ଭିତରେ ‘ନେଭା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଉକ୍ତ ହଲ୍ ନିର୍ମାଣ ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ବାଚସ୍ପତି ଡ. ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକ ଶେଷରେ ବାଚସ୍ପତି କହିଥିଲେ, ନୂତନ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ଭିଡ଼ିଓ କଡ଼ଫରେନ୍ସିଂ  ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ ।

ଏଥିପାଇଁ ପରିବର୍ତ୍ତିତ ପ୍ରକଳ୍ପରିପୋର୍ଟ ନୂଆଦିଲ୍ଲୀସ୍ଥିତ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟକୁ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୱାଇ-ଫାଇ ସଂଯୋଗୀକରଣ ବାବଦରେ ବିନିଯୋଗ ହୋଇଥିବା ୧ କୋଟି ୯୩ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ‘ନେଭା’ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ ଭିଡ଼ିଓ କନ୍‌ଫରେନ୍ସ ହଲ୍ ତୁରନ୍ତ ନିର୍ମାଣ କରାଯିବ। ଡ. ପାତ୍ର କହିଥିଲେ, ସମଗ୍ର ଦେଶରେ କାଗଜମୁକ୍ତ ବିଧାନସଭା କରିବାରେ ଅରୁଣାଚଳ ପ୍ରଦେଶ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବେ ନୂଆ ପରମ୍ପରା ସୃଷ୍ଟି କରିଛି । ଏଥିପାଇଁ ଆମେ ପ୍ରାରମ୍ଭିକ ସଫଳତା ପାଇ ସାରିଛୁ । ଏନେଇ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବା ସହ ସମସ୍ତଙ୍କୁ ନିର୍ଦ୍ଧାରିତ ତାଲିମ ବି ଦିଆଯାଇଛି । ‘ନେଭା’  ଆପ୍ ଜରିଆରେ ବିଧାୟମାନେ ପୂର୍ବରୁ ପ୍ରଶ୍ନ ଅନଲାଇନ୍‌ରେ ପଚାରିବାର ସୁବିଧା ପାଇଥିଲେ ।

‘ନେଭା’ ଆପ୍ ଜରିଆରେ ସେମାନେ ନିଜ ମେବାଇଲରୁ ବିଧାନସଭା କାର୍ଯ୍ୟାଳୟକୁ ପ୍ରଶ୍ନ ପଚାରି ତା’ର ଉତ୍ତର ବି ପାଇଥିଲେ । ଏବେ ହଲ୍ ତିଆରି ହେଲେ କୋଭିଡ୍ କଟକଣା ଭିତରେ ବରିଷ୍ଠ ବିଧାୟକମାନେ ବସି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଶ୍ନ କରି ପାରିବେ ବୋଲି ସେ ସ୍ପଷ୍ଟ କରିଥିଲେ । ଉକ୍ତ ବୈଠକରେ ବିଧାନସଭା ସଚିବ ଦାଶରଥୀଶତପଥୀ, ସୂଚନା ପ୍ରଯୁକ୍ତି ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ ପଟ୍ଟନାୟକ, ଉପଶାସନ ସଚିବ ସେବାନନ୍ଦ ଦୋରା, ଜାତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ଓକାକ୍‌ର ବରିଷ୍ଠ ପରାମର୍ଶଦାତା ସୁଦୀପ୍ତ ସାମନ୍ତ, ଓକାକ୍‌ର ବରିଷ୍ଠ ବୈଜ୍ଞାନିକ ଦିଲ୍ଲୀପ ମାନ୍ଧାତା ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଗତ ଜାନୁଆରୀରେ ଓଡ଼ିଶା ଗସ୍ତ ସମୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଡଃ ରାଜେନ୍ଦ୍ର ଏସ୍ ଶୁକ୍ଳା ଓଡ଼ିଶା ଆସି ‘ଇ-ବିଧାନସଭା’ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ଡଃ ଶୁକ୍ଳା କହିଥିଲେ, ପଞ୍ଜାବ ଭଳି ଓଡ଼ିଶା ବିଧାସଭାର କାର୍ଯ୍ୟ ବେଶ୍ ଉଲ୍ଲେଖନୀୟ ରହିଛି । କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଅର୍ଥାତ ୧ କୋଟି ୨ ଲକ୍ଷ ୯୬ ହଜାର ୪୦୮ ଟଙ୍କାର ଆର୍ଥିକ ଅନୁଦାନ ଦେଇଥିବାବେଳେ ରାଜ୍ୟ ସରକାର ସରକାରଙ୍କ ଅବଶଷ୍ଟି ଶତକଡା ୪୦ ଭାଗ ଅର୍ଥ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking