30.1 C
Bhubaneswar
Monday, May 6, 2024
Homeଓଡିଶା୩ କୋଟି ଟଙ୍କାର ଚୂନ ଲଗାଇ ଧରାପଡ଼ିଲେ ଆତ୍ମଘୋଷିତ ବାବା

୩ କୋଟି ଟଙ୍କାର ଚୂନ ଲଗାଇ ଧରାପଡ଼ିଲେ ଆତ୍ମଘୋଷିତ ବାବା

ଭୁବନେଶ୍ୱର : ୩ କୋଟି ଟଙ୍କାର ଚୂନ ଲଗାଇ ଧରାପଡ଼ିଛନ୍ତି ଆତ୍ମଘୋଷିତ ବାବା । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ କବଜାରେ ଧରାପଡ଼ିଛନ୍ତି ଏହି ବାବା । ଜଣେ ବିଟେକ୍ ଇଞ୍ଜିନିୟର୍ ସହିତ ୩ କୋଟି ଚୂନ ଲଗାଇ ଧରାପଡ଼ିଛନ୍ତି । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର୍ ଙ୍କୁ ଚୂନ ଲଗାଇ ଉଭୟ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛନ୍ତି । ଓଟିଡିସିର ଫେକ୍ ୱାକ୍ ଅର୍ଡର୍ ଦେଇ ଏହି ବଡ଼ ରକମର ଠକେଇ କରିଛନ୍ତି ବାବା । ବର୍ତ୍ତମାନ ଏହି ଆତ୍ମଘୋଷିତ ବାବା ଓରଫ ସ୍ୱାମୀ ବିଜୟାନନ୍ଦ ମହାରାଜ ଗିରଫ ହୋଇଛନ୍ତି । ବାବାଙ୍କ ସହିତ ବିଟେକ୍ ଇଞ୍ଜିନିୟର୍ ଚନ୍ଦନ ଆକାଶ ମହାନ୍ତି ମଧ୍ୟ ଇଓଡବ୍ଲୁ ଦ୍ୱାରା ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ, ଚନ୍ଦନ ଆକାଶ ମହାନ୍ତି ପର୍ଯ୍ୟଟନ ବିକାଶ ନିଗମ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀ ଭାବେ ଚୁକ୍ତିଭିତ୍ତିକ ଭିତ୍ତିରେ କାର୍ଯ୍ୟ କରୁଥିଲେ। ଜଣେ ନିଜକୁ ଓଟିଡିସିର ଅଧ୍ୟକ୍ଷ କହୁଥିବା ବେଳେ ଆଉ ଜଣେ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେସାଲ୍ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାଏଙ୍କୁ ଠକିଥିଲେ। ଓଟିଡିସିର ନକଲି ୱାର୍କ ଅର୍ଡରରେ ଜାଲି ସିଲ୍ ଓ ଦସ୍ତଖତ କରି କଣ୍ଟ୍ରାକ୍ଟରଙ୍କୁ ଦେଇଥିଲେ ଓ ତା’ବଦଳରେ ୩ କୋଟି ଟଙ୍କା ଡିପୋଜିଟ ଆକାରରେ ନେଇଥିଲେ। ଏ କଥା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking