୪୯ ନମ୍ବର ଜାତୀୟ ରାଜପଥ ରେ ବିଳମ୍ବିତ ରାତିରେ ଚାଲିଛି ଲୁଟପାଟ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ବିଞବାହାଳ ଗାଁ ନିକଟରେ କିଛି ର୍ଦୁବୃତ୍ତ ୪୯ ନମ୍ବର ଜାତୀୟ ରାଜପଥ ରେ ରାହାଜାନୀ କରି ଲୁଟପାଟ କରୁଥିବା ଜଣାପଡିଛି । ସୂଚନା ମୂତାବକ ଗତକାଲି ଗୋଟିଏ ୧୦ ଚକିଆ ଆଇରନ ଟ୍ରକ OR09P2001 ଝାରସୁଗୁଡା ରେ ଆଇରନ ଖାଲି କରି ଫେରୁଥିବା ବେଳେ ବିଞବାହାଳ ଗାଁ ନିକଟରେ କିଛି ର୍ଦୁବୃତ୍ତ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଡି ଟିକୁ ଅଟକାଇ ଘେରି ଯାଇଥିଲେ । ଗାଡିର ଡ୍ରାଇଭର ଓ ହେଲଫର ସେମାନଙ୍କ ଭୟରେ ଗାଡିର କାଚ କୁ ବନ୍ଦ କରି ଦେଇଥିଲେ । ଏହି ସମୟରେ ଗାଡିର ହେଲଫର କୈ।ଶଳ କରି କିଛି ଭିଜୁଆଲ ଉଠାଇ ନେଇଥିଲେ । ସେହି ସମୟରେ ର୍ଦୁବୃତ୍ତ ଙ୍କ ମଧ୍ୟରୁ ଜଣେ ଦୁଇଜଣ ଟ୍ରକ ର କେବିନ ଉପରକୁ ମଧ୍ୟ ଚଢିଯାଇ ଡୋର ର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ ଗାଡି ଷ୍ଟାପଙ୍କୁ ଅଶ୍ଳୀଳ ଗାଳି ଗୁଲଜ ସହିତ ଗାଡିର ଡୋର ଖୁଲିବାକୁ ଧମକ ଦେଇଥିଲେ । ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଏକ ଟ୍ରକ ଦୃତଗତିରେ ମାଡି ଆସୁଥିବା ଦେଖି ର୍ଦୁବୃତ୍ତ ମାନେ ଗାଡି ପାଖରୁ ସାଇଡ ହୋଇ ଯିବା ଫଳରେ ଅଟକ ଥିବା ୧୦ ଚକିଆ ଟ୍ରକ ଟି ଜୀବନ ବିକଳରେ ପଳାଇଯାଇଥିଲା ଏବଂ ଅଳ୍ପକେ ବର୍ତିଗଲା । ଏହାଦେଖି ଗାଡି କେବିନ ଉପରେ ଥିବା ଦୁଇ ର୍ଦୁବୃତ୍ତ ଗାଡିରୁ ତଳକୁ ଡେଇଁ ପଡଥିଲେ । ପୁଲିସର ନିଷ୍କ୍ରିୟ ତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଜାତୀୟ ରାଜପଥରେ ଘଟୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here