ଆଜି ବିଶ୍ୱ ପାଇଖାନା ଦିବସ

ଢେଙ୍କାନାଳ: ଆଜି ବିଶ୍ୱ ପାଇଖାନା ଦିବସ। ଆଉ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଢେଙ୍କାନାଳ ପୌରାଞ୍ଚଳ।ଲୋକମାନେ କିଭଳି ପଦାରେ ମଳତ୍ୟାଗ ନକରି ପରିବେଶକୁ ସଫା ସୁତରା ରଖିବା ସହିତ ସ୍ୱଛତା ଉପରେ ଧ୍ୟାନ ଦେବେ ସେନେଇ ନିଆରା ଢଙ୍ଗରେ ସଚେତନତା କରାଯାଇଛି।ଏହି କାର୍ଯକ୍ରମରେ ପୌର ପରିଷଦର କିଛି ମହିଳା ସ୍ୱଛ ସାଥୀ ଏବଂ ଚକୁଳିଆ ପଣ୍ଡା ରାଲି କରି ସହରର ଗଳି କନ୍ଧି ସାହି ବସ୍ତିରେ ବୁଲି ବୁଲି ମାଇକ ମାଧ୍ୟମରେ ପ୍ରଚାର କରିଛନ୍ତି।ଢେଙ୍କାନାଳ ସହରକୁ ରାଜ୍ୟର ଏକ ନମ୍ବର ସହର ଭାବେ ଗଢି ତୋଳିବା ପାଇଁ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ସ୍ୱାଗତ କରାଯାଉଛି।

LEAVE A REPLY

Please enter your comment!
Please enter your name here