32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଆଜି କହ୍ନେୟାଲାଲଙ୍କ ପରିବାରକୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଆଜି କହ୍ନେୟାଲାଲଙ୍କ ପରିବାରକୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଉଦୟପୁର  : କହ୍ନେୟାଲାଲ ହତ୍ୟା ମାମଲା । ଆଜି ପରିବାରକୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲଟ । ଏଥି ସହିତ ମୁଖ୍ୟମନ୍ତ୍ରୀ ଉଦୟପୁରର ଆଇନ ବ୍ୟବସ୍ଥା ନେଇ ବୈଠକ କରିବେ । ମୁଖ୍ୟମନ୍ତ୍ରୀ ଅଶୋକ ଗହଲଟ ପୀଡିତ ପରିବାରକୁ ଭେଟିବା ପୂର୍ବରୁ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଥିଲେ । ଏଥି ସହିତ ପରିବାରର ୨ ଜଣଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉଦୟପୁରର ଟେଲର କହ୍ନେୟାଲାଲଙ୍କୁ ହତ୍ୟା ପରେ ଉତ୍ତେଜନା ଦେଖାଯାଇଛି ।ରାଜସମନ୍ଦରେ ଭୀମ କସ୍‌ବେରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହି ଘଟଣାରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲଟ ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଅପିଲ କରୁଛନ୍ତି । କୌଣସି ବ୍ୟକ୍ତି ହତ୍ୟାକାଣ୍ଡର ଭିଡିଓ ଭାଇରାଲ ନ କରନ୍ତୁ । ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିସାରିଛି । ସୂଚନା ଅନୁସାରେ ଗତ ୨୮ ତାରିଖରେ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ମହମ୍ମଦ ରିୟାଜ ଅତ୍ତାରୀ ଓ ଗୌସ ମହମ୍ମଦଙ୍କୁ ଗିରଫ କରିଛି । ଏହି ଘଟଣା ପରେ ରାଜସ୍ଥାନରେ ଉତ୍ତେଜନା ଦେଖାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking