33.1 C
Bhubaneswar
Friday, April 26, 2024
Homeଅପରାଧବୃଦ୍ଧଙ୍କୁ ରାସ୍ତାକଡ଼ରେ ପିଟି ପିଟି ହତ୍ୟା

ବୃଦ୍ଧଙ୍କୁ ରାସ୍ତାକଡ଼ରେ ପିଟି ପିଟି ହତ୍ୟା

ଭୋପାଳ : ମଧ୍ୟ ପ୍ରଦେଶରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦିଆଯାଇଛି । ଏବେ ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଭିଡିଓରେ ସ୍ପଷ୍ଟ ରୂପେ ଦେଖାଯାଉଛି ଯେ ଜଣେ ଯୁବକ ବୃଦ୍ଧ ବ୍ୟକ୍ତିଙ୍କୁ ଶକ୍ତ ଚପୁଡ଼ା ମାରି ଚାଲିଛନ୍ତି ଏବଂ ତାଙ୍କୁ ତାଙ୍କ ପରିଚୟ ପ୍ରମାଣ ମାଗୁଛନ୍ତି । ତେବେ ଖବର ମୁତାବକ, ହତ୍ୟାର ଶିକାର ହୋଇଥିବା ବୃଦ୍ଧ ବ୍ୟକ୍ତିଙ୍କ ନାମ ଭଅଁରଲାଲ୍ ଜୈନ (୬୫) ବୋଲି ଜଣାପଡ଼ିଛି, ଯିଏକି ମାନସିକ ରୂପେ ସମ୍ପୂର୍ଣ୍ଣ ଦୁର୍ବଳ ଥିଲେ ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାର ଦିନକ ପୂର୍ବରୁ ପୋଲିସ ଏହି ବୃଦ୍ଧଙ୍କ ଫଟୋ ଜାରି କରିଥିଲା । ଏହା ପରେ ପରେ ସ୍ଥାନୀୟ ଏକ ଗାଡ଼ି ଶୋ’ରୁମ୍ ପାଖରୁ ଏକ ମୃତଦେହ ମିଳିଥିଲା । ଯାହାଙ୍କ ପରିଚୟ ଭଅଁରଲାଲ୍ ଜୈନ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହି ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ମୃତକଙ୍କ ଭାଇ ଏବଂ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏକାଠି ହୋଇ ଥାନାରେ ପହଞ୍ଚିଥିଲେ । ସେମାନେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking