28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଝଡ଼ତୋଫାନ ବର୍ଷାର ତାଣ୍ଡବ : ବିହାର ସମେତ ୩ ରାଜ୍ୟରେ ୫୭ ଲୋକଙ୍କ ମୃତ୍ୟୁ,...

ଝଡ଼ତୋଫାନ ବର୍ଷାର ତାଣ୍ଡବ : ବିହାର ସମେତ ୩ ରାଜ୍ୟରେ ୫୭ ଲୋକଙ୍କ ମୃତ୍ୟୁ, ଆସାମରେ ୭ ଲକ୍ଷ ଲୋକ ବନ୍ୟା କ୍ଷତିଗ୍ରସ୍ତ

ବ୍ୟୁରୋ : ମୌସୁମୀ ପୂର୍ବରୁ କିଛି ରାଜ୍ୟରେ ଘଡ଼ଘଡ଼ି, ବିଜୁଳି ସହ ଝଡ଼ତୋଫାନ ବର୍ଷା ଧ୍ୱଂସର ତାଣ୍ଡବ ରଚିଛି । ବିହାର, ଆସାମ ଏବଂ କର୍ଣ୍ଣାଟକରେ ବଜ୍ରପାତ ଓ ବନ୍ୟା ସଂସ୍ପର୍ଶରେ ଆସି ପ୍ରାୟ ୫୭ ଲୋକଙ୍କ ମୃତ୍ୟୁ ଘଟିଛି । ଆସାମରେ ପରିସ୍ଥିତି ସବୁଠାରୁ ଅଧିକ ଜଟିଳ ରହିଛି । ଏଠାରେ ବ୍ରହ୍ମପୁତ୍ର ଏବଂ ଅନ୍ୟ ନଦୀମାନଙ୍କରେ ବନ୍ୟା ଆସିବା କାରଣରୁ ଶହ ଶହ ଗାଁ ଜଳ ଘେରରେ ରହିଛି । ୭ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଫସଲଗୁଡ଼ିକ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି ।

ଆସାମରେ ୫୦୦ରୁ ଅଧିକ ଲୋକ ରେଲେୱ ଟ୍ରାକ୍ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଏଠାରେ ଏ ପର୍ଯ୍ୟନ୍ତ ୧୫ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି । ସବୁଠାରୁ ଅଧିକ ବିହାରରେ ମୃତ୍ୟୁ ସଂଖ୍ୟା ୩୩ରେ ପହଞ୍ଚିଛି । ସେପଟେ କର୍ଣ୍ଣାଟକରେ ୯ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏଥି ସହିତ କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଥିବାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭୂସ୍ଖଳନର ବିପଦ ବଢ଼ି ଯାଇଛି । ଖରାପ ପାଣିପାଗ ହେତୁ ଦିଲ୍ଲୀର ୧୦ ଫ୍ଲାଇଟ୍‌କୁ ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରାଇବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking