39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉପହାର ଦେଖି ନବଦମ୍ପତି କାବା! ମେକଅପ୍ କିଟ୍‌ରୁ ବାହାରିଲା....

ଉପହାର ଦେଖି ନବଦମ୍ପତି କାବା! ମେକଅପ୍ କିଟ୍‌ରୁ ବାହାରିଲା….

ଭୋପାଳ: ପୁଣି ବିବାଦରେ ଶିବରାଜ ସିଂହ ଚୌହ୍ୱାନ ସରକାର । ପୂର୍ବରୁ ଗଣ ବିବାହ କାର୍ଯ୍ୟକ୍ରମରେ ଯୁବତୀଙ୍କ ଗର୍ଭପରୀକ୍ଷା କରାଇବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଚହଳ ସୃଷ୍ଟି ହୋଇଥିଲା । ଆଉ ଏବେ ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି । ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ଭାଞ୍ଜଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୯୬ ଯୋଡ଼ିଙ୍କ ସାମୂହିକ ବିବାହ ହୋଇଥିବା ବେଳେ ତାଙ୍କୁ ଦିଆଯାଇଥିବା ଉପହାରକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ସାମୂହିକ ବିବାହ କାର୍ଯ୍ୟକ୍ରମରେ ମେକଅପ ବକ୍ସରେ କନ୍ୟାମାନଙ୍କୁ ଉପହାର ସ୍ୱରୂପ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ପ୍ୟାକେଟ ବଣ୍ଟା ଯାଇଛି । ତେବେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ନବ ବିବାହିତଙ୍କୁ ଏଭଳି ସାମଗ୍ରୀ ବଣ୍ଟାଯିବା ଘଟଣା ପ୍ରଥମ ଥର ଘଟିଛି । ଏହା ପୂର୍ବରୁ ଏମିତି ଘଟଣା କେବେ ଘଟି ନଥିଲା । ବିବାଦ ଆରମ୍ଭ ହେବା ପରେ କନ୍ୟାଙ୍କ ମେକଅପ ବକ୍ସରେ ଏପରି ସାମଗ୍ରୀ କିଏ ରଖିଥିଲା ତଥା କାହା ନିର୍ଦ୍ଦେଶରେ ରଖାଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା ।

ସାମୂହିକ କନ୍ୟାଦାନ ଯୋଜନାରେ ବିବାହ କରିଥିବା ସମସ୍ତ କନ୍ୟାଙ୍କୁ ଏହି ମେକଅପ କିଟ ପ୍ରଦାନ କରାଯାଇଛି । ତେବେ ଏସବୁ କାମ ସ୍ୱାସ୍ଥ୍ୟ ବିଭାଗର ବୋଲି ଜଣେ ଅଧିକାରୀ ସଫେଇ ଦେଇଛନ୍ତି । ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ବଣ୍ଟନ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ନିର୍ଦ୍ଦେଶ ଦିଆଯାଇ ନଥିଲା । ପରିବାର ନିୟୋଜନ ସଚେତନତା କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ ବିଭାଗ ଏପରି କରିଥିବା କୁହାଯାଉଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାଜ୍ୟ ସରକାର ୪୯ ହଜାର ଟଙ୍କା ସହଯୋଗ ରାଶି ଦମ୍ପତିଙ୍କୁ ଦେଇଥାନ୍ତି । ଏହାବ୍ୟତୀତ ବିବାହରେ ଖାଦ୍ୟ, ଟେଣ୍ଟ୍‌, ପାଣି ଆଦି ବାବଦକୁ ୬,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବର୍ଗର ମହିଳାମାନଙ୍କ ବିବାହ ପାଇଁ ଆର୍ôଥକ ସହାୟତା ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାର ଏପ୍ରିଲ ମାସରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ ସରକାର କନ୍ୟାର ପରିବାରକୁ ୫୫,୦୦୦ ଟଙ୍କା ପ୍ରଦାନ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking