28.1 C
Bhubaneswar
Thursday, May 2, 2024
Homeଓଡିଶାଇଲେକ୍ଟ୍ରୋନିକ୍ସ ଓଆଇଟି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ୮୦୦୦କୁ ବୃଦ୍ଧିପାଇବ ‘ମୋ ସେବାକେନ୍ଦ୍ର’

ଇଲେକ୍ଟ୍ରୋନିକ୍ସ ଓଆଇଟି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ୮୦୦୦କୁ ବୃଦ୍ଧିପାଇବ ‘ମୋ ସେବାକେନ୍ଦ୍ର’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସଫଳ ଚାରି ବର୍ଷର ଶେଷ ସପ୍ତାହର ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ସରକାରଙ୍କ ରୂପାନ୍ତରୀକରଣ କାର୍ଯ୍ୟଧାରାକୁ ସଫଳତାର ସହ ପ୍ରୟୋଗ କରିବା କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ଏହି ବିଭାଗ ରାଜ୍ୟରେ ଆଇଟି କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ସୁଗମ କରି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିକରିଛି ।

୨୦୨୧ରେ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଓଡିଶା ୱାନ୍ ପୋର୍ଟାଲରେ ୬୪୦ରୁ ଅଧିକ ସେବା ଉପଲବ୍ଧ ହେଉଛି । ଓଡିଶା ୱାନ୍ ପୋର୍ଟାଲ ନାଗରିକମାନଙ୍କୁ ସରଳ, ସୁବିଧାଜନକ, ସ୍ୱଚ୍ଛ ଏବଂ ନିରନ୍ତର (୨୪/୭) ସରକାରୀ ସେବାର ସୁବିଧା ପ୍ରଦାନ କରୁଅଛି । ସେହିଭଳି ‘ମୋ ସେବାକେନ୍ଦ୍ର’ ଜରିଆରେ ସରକାରୀ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ ହୋଇପାରିଛି । ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଏବଂ ମିଶନ ଶକ୍ତି ଅଧୀନରେ ପରିଚାଳିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉଦ୍ୟୋଗ ସ୍ଥାପନର ଏକ ମାର୍ଗ ପ୍ରଶସ୍ତ କରିଛି । ଏଯାବତ୍ ରାଜ୍ୟରେ ୬,୯୦୦ ରୁ ଅଧିକ ‘ମୋ ସେବାକେନ୍ଦ୍ର’ ସ୍ଥାପିତ ହୋଇସାରିଛି ଏବଂ ନିକଟ ଭବିଷ୍ୟତରେ ଏହି ସଂଖ୍ୟା ୮,୦୦୦ କୁ ଅଧିକ ବୃଦ୍ଧି ପାଇବ । ସରକାରୀ କଳର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବା ଓ ଉତ୍ପାଦିକା ଶକ୍ତିକୁ ବୃଦ୍ଧି କରିବାରେ ଏହି ବିଭାଗର ପଦକ୍ଷେପ ଉଲ୍ଲେଖନୀୟ ।

ଡିଶା ରାଜ୍ୟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍‌ର ପରିସର ସଚିବାଳୟର ସମସ୍ତ ବିଭାଗ, ସମସ୍ତ ନିର୍ଦ୍ଦେଶାଳୟ / ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓଡିଶାର ପୋଲିସ ମୁଖ୍ୟାଳୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଗୁଡ଼ିକର ପ୍ରାୟ ୧୫,୦୦୦ ବ୍ୟବହାରୀଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଅଛି । ଏହା ତୁରନ୍ତ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଛି । ୨୦୧୩ରେ ଏହାର ବ୍ୟବହାରକାରୀ ୧୩୦୦ ଥିବାବେଳେ ୨୦୨୦ ମସିହାରେ ଆନୁମାନିକ ୭୦୦୦କୁ ବୃଦ୍ଧି ପାଇଛି । ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟ ଗୁଡିକ ଓଡିଶା ରାଜ୍ୟସ୍ତରୀୟ କ୍ଷେତ୍ର ନେଟୱାର୍କ ମାଧ୍ୟମରେ ସଂଯୋଗୀକରଣ କରାଯାଇଛି । ସଚିବାଳୟ ସ୍ତରରୁ ବ୍ଲକ୍‌ସ୍ତର ପର୍ଯ୍ୟନ୍ତ ଆଭାସୀ ବୈଠକର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ସମସ୍ତ ଗ୍ରାମପଞ୍ଚାୟତମାନଙ୍କୁ ଅପ୍ଟିକାଲ୍ ଫାଇବର୍ ସଂଯୋଗ ଯୋଗାଇ ଦିଆଯାଇଛି, ଯାହାଦ୍ୱାରା ଡିଜିଟାଲ୍ ବ୍ୟବହାରୀକରଣରେ ଜନସାଧାରଣଙ୍କ ଭାଗୀଦାରିକୁ ସୁନିଶ୍ଚିତ କରାଯାଇପାରିଛି । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଜନ ଶୁଣାଣି (ପବ୍ଲିକ୍ ଅଭିଯୋଗ ରିଡ୍ରେସାଲ୍‌) ପୋର୍ଟାଲ୍ ମାଧ୍ୟମରେ ନାଗରିକମାନେ ସହଜରେ ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରିବାରେ ସକ୍ଷମ ହୋଇଛନ୍ତି ।

ସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୯୯ ଲକ୍ଷରୁ ଅଧିକ ପରିବାରର ୩.୫୬ କୋଟିରୁ ଅଧିକ ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ଏଥିମଧ୍ୟରେ ୪୯% ମହିଳା କାର୍ଡଧାରୀ ଅଛନ୍ତି । ରାଜ୍ୟର ସମସ୍ତ କଲେଜ ତଥା ଧନ୍ଦାମୂଳକ, କ୍ରୀଡା ଭିତ୍ତିକ ଏବଂ ଆଇଟିଆଇ ଗୁଡିକରେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ମାଧ୍ୟମରେ ଅନଲାଇନ୍ ନାମଲେଖା ହୋଇପାରୁଛି । ଏଥିପାଇଁ ଗୋଟିଏ ମାତ୍ର ଆବେଦନପତ୍ର ପୂରଣ କରି ଯେକୌଣସି କଲେଜରେ ନାମଲେଖା ଯାଇପାରିବ । ଏହି ପ୍ରକ୍ରିୟା ସରଳ ଓ ଛାତ୍ର ଅନୁକୂଳ ହୋଇପାରିଛି । ଆହୁରି ମଧ୍ୟ, ସାମସ୍ ମାଧ୍ୟମରେ ନାମ ଲେଖାଯାଉଥିବା କଲେଜ ସଂଖ୍ୟା ୨୦୧୨-୧୩ ରେ ପ୍ରାୟ ୨୧୦୦ ଥିବାବେଳେ ଏହା ଦ୍ୱିଗୁଣିତ ହୋଇ ୨୦୨୧-୨୨ ରେ ୪୪୦୦ ସଂଖ୍ୟାରେ ପହଞ୍ଚିଛି ।

ରାଜ୍ୟର ଦ୍ରୁତ ରୂପାନ୍ତରୀକରଣ ପ୍ରକ୍ରିୟାରେ ଏହି ବିଭାଗର ଅବଦାନ ଅଧିକ ଦୃଶ୍ୟମାନ ହୋଇଛି । ୨୦୧୪ ପରଠାରୁ, ଆଇଟି ରପ୍ତାନି ପ୍ରାୟ ଅଢେଇ ଗୁଣ ବୃଦ୍ଧି ପାଇଛି । ୨୦୧୩-୧୪ ଆର୍ôଥକ ବର୍ଷରେ ୨୩୧୭ କୋଟିରୁ ୨୦୨୧-୨୨ ମସିହାରେ ଏହା ୫୫୦୦ କୋଟିରେ ପହଞ୍ଚିଛି । ଇତିମଧ୍ୟରେ ଆଇଟି କର୍ମଜୀବୀଙ୍କ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇ ୨୦୧୩-୧୪ ରେ ୯,୮୦୦ ରୁ ୨୦୨୨-୨୩ ରେ ପ୍ରାୟ ୪୦,୦୦୦ ରେ ପହଞ୍ଚିଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଆଇଟି ସାମର୍ଥ୍ୟ ପାଇଁ ବ୍ୟୟଭାର ବିଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩୦ ଗୁଣ ବୃଦ୍ଧି ପାଇ ସରକାରୀ ପ୍ରକ୍ରିୟାର ପୁନଃସଂରଚନା ଏବଂ ସେବାପ୍ରଦାନ କ୍ଷେତ୍ର ଗୁଡିକ ୨୦୧୨-୧୩ ଆର୍ôଥକ ବର୍ଷରେ ୪୩.୯୭ କୋଟିରୁ ୨୦୨୨-୨୩ ଆର୍ôଥକ ବର୍ଷରେ ୧,୨୯୦ କୋଟିରେ ପହଞ୍ଚିପାରିଛି । ସୂଚନା ପ୍ରଯୁକ୍ତି ସଶକ୍ତୀକରଣ ହେତୁ ସରକାରୀ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇପାରୁଛି । ୨୦୧୭-୧୮ ଆର୍ôଥକ ବର୍ଷରେ ଏହି ସହାୟତା ରାଶିର ସ୍ଥାନାନ୍ତରୀକରଣ ୧୦,୮୮୧ କୋଟି ଟଙ୍କା ରହିଥିବା ସ୍ଥଳେ, ୨୦୨୨-୨୩ ବର୍ଷରେ ଏହା ୨୫,୮୭୮ କୋଟି ଟଙ୍କାରେ ପହଞ୍ଚିଛି ।

ସୁନ୍ଦରଗଡ଼ ଏବଂ ଜୟପୁରରେ ଜିଲ୍ଲା ଡାଟା କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରାଯାଇଛି । ସମସ୍ତ ଗ୍ରାମ ପଞ୍ଚାୟତରେ ପାଇଁ ମୋ ସେବା କେନ୍ଦ୍ର ଏବଂ ଆଭାସୀ ବୈଠକ ସୁବିଧା ସମ୍ପ୍ରସାରିତ ହେବା ସହିତ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ସ୍ମାର୍ଟ ମୋ ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ପୁରୀ ଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରତିଷ୍ଠା ହେବାକୁ ଯାଉଛି । ସେମିକଣ୍ଡକ୍ଟର ଡିଜାଇନ୍ କରୁଥିବା ଷ୍ଟାର୍ଟ ଅପ୍ ଏବଂ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଓ-ଚିପ୍ କାର୍ଯ୍ୟକ୍ରମ ଜରିଆରେ ଭିତ୍ତିଭୂମି ଓ ପୁଞ୍ଜିନିବେଶ ପାଇଁ ସହାୟତା ଯୋଗାଇ ଦିଆଯିବ । ପ୍ରଯୁକ୍ତିର ସମ୍ଭାବିତ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଇ ୩୦୦୦ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking