37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଗଙ୍ଗାରେ ମେଡାଲ ଭସାଇବେ ରେସଲର

ଗଙ୍ଗାରେ ମେଡାଲ ଭସାଇବେ ରେସଲର

ନୂଆଦିଲ୍ଲୀ: ଗଙ୍ଗାରେ ମେଡାଲ ଭସାଇବେ ରେସଲର । ଇଣ୍ଡିଆ ଗେଟ୍ ଆଗରେ ଅନଶନରେ ବସିବାକୁ କୁସ୍ତିଯୋଦ୍ଧାଙ୍କ ନିଷ୍ପତ୍ତି । ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବାକୁ ଘୋଷଣା କରିଛନ୍ତି ରେସଲର । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା । ଦେଶ ପାଇଁ ମେଡାଲ ଜିତିବାକୁ ଅନେକ ପରିଶ୍ରମ କରିଛୁ । ସେହି ମେଡାଲକୁ ପବିତ୍ର ଗଙ୍ଗାନଦୀରେ ଭସାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ । ଆଜି ସନ୍ଧ୍ୟା ୬ଟାରେ ଗଙ୍ଗାରେ ମେଡାଲ ଭସାଇବାକୁ ଘୋଷଣା କରିଛନ୍ତି କୁସ୍ତିଯୋଦ୍ଧା । ଗତ ୨୮ ତାରିଖରେ ରେସଲରଙ୍କ ସଂସଦ ଭବନ ମାର୍ଚ୍ଚ ବେଳେ ଅନେକଙ୍କୁ ଗିରଫ କରିବା ସହ ଜନ୍ତରମନ୍ତରରେ ଧାରଣାସ୍ଥଳରୁ କୁସ୍ତିଯୋଦ୍ଧାଙ୍କ ଟେଣ୍ଟକୁ ପୋଲିସ କାଢ଼ି ନେଇଥିଲା । ଏହାପରେ ଜନ୍ତରମନ୍ତରରେ ଦିଲ୍ଲୀ ପୋଲିସ ୧୪୪ ଧାରା ଲାଗୁ କରିବା ଯୋଗୁ ରେସଲର ଇଣ୍ଡିଆ ଗେଟ ଆଗରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking