35.1 C
Bhubaneswar
Friday, May 10, 2024
Homeଦେଶ ବିଦେଶ୪ ମହାକାଶଚାରୀଙ୍କ ନାମ ଚୂଡାନ୍ତ

୪ ମହାକାଶଚାରୀଙ୍କ ନାମ ଚୂଡାନ୍ତ

ବ୍ୟୁରୋ : ଗଗନଯାନ ମିଶନ ପାଇଁ ୪ ମହାକାଶଚରୀଙ୍କ ନାମ ଆପାତତଃ ଚୂଡାନ୍ତ ହୋଇଛି । ଜାତୀୟ ଗଣମାଧ୍ୟମରେ ଏନେଇ ପ୍ରକାଶିତ ତଥ୍ୟରୁ ସୂଚନା ମିଳିଛି । ପ୍ରଶାନ୍ତ ନାୟର , ଅଙ୍ଗଦ ପ୍ରତାପ , ଅଜିତ କ୍ରିଷ୍ଣନ , ଚୌହାନଙ୍କୁ ନେଇ ଚର୍ଚ୍ଚା ହେଉଛି । ୧୨ ଜଣିଆ ତାଲିକାରୁ ୪ ଜଣଙ୍କ ନାମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଋଷିଆରୁ ତାଲିମ ନେଇ ୪ ମହାକାଶଚାରୀ ଫେରିଥିବାରୁ ଚର୍ଚ୍ଚା ହେଉଛି । ଥିରୁବନନ୍ତପୁରମ୍ ସ୍ଫେଶ୍  ରେ ବିଧିବଦ୍ଧ ଭାବେ ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଏକ ରୋବଟ ‘ବ୍ୟୋମମିତ୍ର’କୁ ଗଗନଯାନରେ ମହାକାଶକୁ ପଠାଯିବ। ଯଦି ପରୀକ୍ଷଣ ସଫଳ ହୁଏ ତେବେ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀଙ୍କୁ ଗଗନଯାନରେ ପଠାଯିବ। ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ମହାକାଶ ଅଭିଯାନର ସମୀକ୍ଷା ପାଇଁ ଆଜି କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ୧୮ଶହ କୋଟି ଟଙ୍କାର ୩ଟି ମହାକାଶ ଗବେଷଣା ସମ୍ପର୍କିତ ଭିତ୍ତିଭୂମି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ହେଲା ଶ୍ରୀହରିକୋଟାରେ ପି ଏସ ଏଲ ଭି ଇଣ୍ଟିଗ୍ରେସନ ଫ୍ୟାସିଲିଟି, ମହେନ୍ଦ୍ରଗିରିରେ ସେମି-କ୍ରାୟୋଜେନିକ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ୍ ଷ୍ଟେଜ୍ ଟେଷ୍ଟ୍ ଫ୍ୟାସିଲିଟି ଏବଂ ଥିରୁଅନନ୍ତପୁରମରେ ଟ୍ରାଇସୋନିକ ୱିଣ୍ଡ୍ ଟନେଲ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking