39.1 C
Bhubaneswar
Friday, April 26, 2024
Homeଓଡିଶାଝିଅକୁ ଦେହବେପାରରେ ଲଗାଇ ମା’ ଗିରଫ

ଝିଅକୁ ଦେହବେପାରରେ ଲଗାଇ ମା’ ଗିରଫ

ଭୁବନେଶ୍ୱର : ଜନ୍ମିତ ନାବାଳିକା ଝିଅକୁ ଦେହବେପାରରେ ଲଗାଉଥିଲେ ମା’ । ଏମିତିକି ଝିଅ ରାଜି ନହେବାରୁ ମାରିଦେବାକୁ ଧମକ ଦେଉଥିଲେ । ଏସମ୍ପର୍କରେ ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ସମ୍ପୃକ୍ତ ମା’ ଙ୍କ ସମେତ ୨ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନାବାଳିକାଙ୍କ ମା’, ବରମୁଣ୍ଡାର ଅମିତ୍ ସେଠୀ(୩୨) ଓ ତମାଣ୍ଡୋ ଅଞ୍ଚଳର ଆଶିଷ କୁମ୍ଭାର(୨୨) । ଏନେଇ ପୁଲିସ  ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣାରେ ଅନ୍ୟଜଣେ ଫେରାର୍ ଥିବାବେଳେ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ଭରତପୁର ଥାନା ଅନ୍ତର୍ଗତ ବେହେରାସାହିରେ ଜଣେ ମହିଳା ରୁହନ୍ତି । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ କିଛିବର୍ଷ ହେବ ତାଙ୍କୁ ଛାଡ଼ି ପଳାଇଛନ୍ତି ।

ଏହାପରେ ୧୫ବର୍ଷୀୟା ଝିଅକୁ ସାଙ୍ଗରେ ଧରି ମହିଳା ରହୁଥିଲେ । ସ୍ୱାମୀ ଛାଡ଼ି ଚାଲିଯିବା ପରେ ମହିଳା ଜଣକ ଦେହବ୍ୟବସାୟକୁ ରୋଜଗାରର ମାଧ୍ୟମ ରୂପେ ବାଛି ନେଇଥିଲେ । ନିଜେ ପର ପୂରୁଷଙ୍କୁ ଘରକୁ ଡାକି ଶାରିରୀକ ସମ୍ପର୍କ ରଖୁଥିଲେ । ତାଙ୍କ ଝିଅ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ସେବେଠାରୁ ଏହି କାମରେ ତାଙ୍କୁ ଲଗେଇ ଦେଉଥିଲେ । ସମ୍ପର୍କ ରଖିବାକୁ ଝିଅ ଅରାଜି ହେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ନିର୍ଯାତନା ଦେଉଥିଲେ । ଏଭଳି ଦୀର୍ଘବର୍ଷ ଧରି ନାବାଳିକା ନିଜ ଜନ୍ମକଲା ମା ଓ ତାଙ୍କର କେତେକ ସହଯୋଗୀଙ୍କ ଦ୍ୱାରା ଯୌନଶୋଷଣର ଶିକାର ହୋଇ ଆସୁଥିଲେ । ସୋମବାର ପୀଡିତା ସାହସ ଜୁଟାଇ ୩ଯୁବକଙ୍କ ସମେତ ତାଙ୍କ ମା’ଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking