40.1 C
Bhubaneswar
Thursday, April 25, 2024
Homeଓଡିଶା୨୦୨୨ ଜୁନ୍ ସୁଦ୍ଧା  ଓଡ଼ିଶାରେ  କୋଭାକ୍ସିନ୍ ଉତ୍ପାଦନ : କମ୍ପାନୀ ମୁଖ୍ୟ-ରାଜ୍ୟ ସରକାରଙ୍କ ସହ ଆଲୋଚନା

୨୦୨୨ ଜୁନ୍ ସୁଦ୍ଧା  ଓଡ଼ିଶାରେ  କୋଭାକ୍ସିନ୍ ଉତ୍ପାଦନ : କମ୍ପାନୀ ମୁଖ୍ୟ-ରାଜ୍ୟ ସରକାରଙ୍କ ସହ ଆଲୋଚନା

ପ୍ରସ୍ତୁତ ହେବ ୧୦ ପ୍ରକାର ଔଷଧ
ଭୁବନେଶ୍ୱର : ଜୁନ୍ ୨୦୨୨ ସୁଦ୍ଧା ଭୁବନେଶ୍ୱର ଅନ୍ଧାରୁଆଠାରେ ଉତ୍ପାଦନ ହୋଇପାରେ କୋଭିଡ୍ ଟିକା । ଏନେଇ ଓଡ଼ିଶା ଗସ୍ତରେ ଆସିଥିବା ଭାରତ ବାୟୋଟେକ ଅଧ୍ୟକ୍ଷ କ୍ରିଷ୍ଣା ଇଲା ସୂଚନା ଦେଇଛନ୍ତି । ରାଜ୍ୟ ବିଜ୍ଞାନ ଓ ବୈଷୟିକ ସଚିବଙ୍କ ସହ ଅନ୍ଧାରୁଆରେ ଟିକା ଉତ୍ପାଦନ ପ୍ଲାଣ୍ଟ ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ଦେଶ ବିଦେଶରେ ସ୍ୱଦେଶୀ ଟିକାର ଚାହିଦା ବଢ଼ିବାରେ ଲାଗିଛି । ଏପରି ଘଡ଼ିଷନ୍ଧି ମୁହୂର୍ତ୍ତରେ ଓଡ଼ିଶାରେ ଟିକା ପ୍ରସ୍ତୁତି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଓଡ଼ିଶା ମାଟିରେ ଉତ୍ପାଦନ ହେବ ‘କୋଭାକ୍ସିନ୍‌’ ଟିକା । ସେଥିଲାଗି ଟିକା ପ୍ରସ୍ତୁତିକାରୀ କମ୍ପାନୀ ‘ଭାରତ ବାୟୋଟେକ୍‌’ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି । ଅନ୍ଧାରୁଆଠାରେ ଭାରତ ବାୟୋଟେକ୍ ତା’ର ଶିଳ୍ପାନୁଷ୍ଠାନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ।

ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ ସମସ୍ତ କମ୍ପାନୀକୁ ସହଯୋଗ ଯୋଗାଇ ଦେଇଛନ୍ତି । ସୂଚନାଯୋଗ୍ୟ  ଗତ ବର୍ଷ ଡିସେମ୍ବର ମାସ ୧୦ ତାରିଖରେ କମ୍ପାନୀ ମୁଖ୍ୟ ଡାକ୍ତର କ୍ରିଷ୍ଣା ଇଲ୍ଲାଙ୍କ ପୁତ୍ର ରିଚାସ୍ ଭିରେନ୍ଦ୍ର ଦେବ ଅନ୍ଧାରୁଆଠାରେୁ ଭୂମି ପୂଜନ କାର୍ଯ୍ୟ ସମାପନ କରିଛନ୍ତି । ସେଠାରେ ପ୍ରାୟ ପ୍ରାରମ୍ଭିକ ଅବସ୍ଥାରେ କମ୍ପାନୀ ପକ୍ଷରୁ ୩୦୦ରୁ ୫୦୦ଶହ କୋଟି ପୁଞ୍ଜି ବିନିଯୋଗ କରାଯିବ ନେଇ ଲକ୍ଷ୍ୟ ରଖାଯାଇଥିଲା । ନିର୍ମାଣ ପରେ କମ୍ପାନୀ ପକ୍ଷରୁ ବିଭିନ୍ନ ଭୂତାଣୁ ଓ ଜୀବାଣୁ ସଂକ୍ରମଣ ନିରୋଧ ଔଷଧ ପ୍ରସ୍ତୁତ କରାଯିବ । ସେଠାରେ କମ୍ପାନୀ ବହୁମୁଖୀ ବାୟୋ ଟେକ୍ନୋଲୋଜି କମ୍ପାନୀ ଟିକା ଓ ବାୟୋ-ଥେରାପିଟିସ୍ ଉତ୍ପାଦନରେ ବିଶେଷଜ୍ଞ ରହିଛି । ଗୁରୁତର ରୋଟାଭାଇରସ୍‌, ଡାଇରିଆ, ମ୍ୟାଲେରିଆ, ଜାପାନିଜ୍ ଏନ୍‌ସେଫାଲାଇଟିସ୍‌, ରେବିଜ୍‌, ପାଣ୍ଡେମିକ୍ ଇନ୍‌ଫ୍ଲୁଏଞ୍ଜା ଓ ଡ୍ରଗ୍ ପ୍ରତିରୋଧକ ଷ୍ଟାଫିଲୋକୋକସ୍ ଆରିଏସ୍ ବିରୋଧରେ କମ୍ପାନୀ ନୂତନ କିମ୍ବା ଉନ୍ନତ ଟିକା ପ୍ରସ୍ତୁତ ଏବଂ ଉତ୍ପାଦନ କରିଛି । ଭୁବନେଶ୍ୱରର ଆନ୍ଧାରୁଆରେ ଏହାର ୟୁନିଟ୍ ମ୍ୟାଲେରିଆ ଏବଂ କୋଭିଡ୍ ଟିକା ସହିତ ୧୦ ପ୍ରକାରର ଟିକା ଉତ୍ପାଦନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking