32.1 C
Bhubaneswar
Saturday, May 4, 2024
Homeଅପରାଧ୩ ଟି ଛୁଆର ମା’ ନାବାଳକ ସହ ଏପରି କଲା ...

୩ ଟି ଛୁଆର ମା’ ନାବାଳକ ସହ ଏପରି କଲା …

ଗୋରଖପୁର : ଉତ୍ତର ପ୍ରଦେଶର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମାନାକୁ ଆସିଛି । ଜଣେ ୩ ଟି ଛୁଆର ମା’ ଏକ ଅଷ୍ଟମ ଶ୍ରେଣୀ ଛାତ୍ର ସହିତ ଫେରାର ହୋଇଯାଇଛନ୍ତି । ନାବାଳକର ପରିବାରବର୍ଗ କେମ୍ପିୟରଗଞ୍ଜ ପୋଲିସ ଷ୍ଟେସନରେ ରିପୋର୍ଟ ଲେଖାଇଛନ୍ତି । ଏବେ ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଦୁଇ ଜଣଙ୍କ ଖୋଜ ଖବର ପାଇନାହିଁ ।

୨୯ ବର୍ଷିୟ ଏହି ବିବାହିତା ମହିଳା ଓ ୧୫ ବର୍ଷିୟ ନାବାଳକ, ବୁଧବାର ଶିବରାତ୍ରୀ ଠାରୁ ଫେରାର ଅଛନ୍ତି । ପ୍ରଥମେ ସେମାନଙ୍କ ପରିବାର, ନିଜ ତରଫରୁ ଖୋଜାଖୋଜି କରିଥିଲେ କିନ୍ତୁ ଗୁରୁବାର ଦିନ ଯାଏଁ ସେମାନେ ଘରେ ନପହଞ୍ଚିବାରୁ ଶୁକ୍ରବାର କୁ ପୋଲିସରେ ରିପୋର୍ଟ ଲେଖାଇଥିଲେ ।
କୁହାଯାଉଛି ଯେ, ମହିଳା ଓ ନୋବାଳକ ଜଣକ ଗତବର୍ଷରୁ ସମ୍ପର୍କରେ ଥିଲେ । କିନ୍ତୁ ସେମାନଙ୍କ ବୟସ ମଧ୍ୟରେ ଏତେ ଅନ୍ତର ଥିବାରୁ କାହାକୁ ତାଙ୍କ ଉପରେ ସନ୍ଦେହ ହୋଇନଥିଲା । କେମ୍ପିୟରଗଞ୍ଜ ର ସର୍କଲ ଅଫିସର ରାହୁଲ ଭାଟିଙ୍କ କହିବା ଅନୁସାରେ ନାବଳକର ପରିବାର ,ରିପୋର୍ଟରେ ମହିଳାଙ୍କ ବିରୁଦ୍ଧରେ ୩୬୩ ଓ ୩୬୫ ଅନୁସାରେ ମାମଲା ରୁଜୁ କରାଇଛନ୍ତି ।

ମହିଳାଙ୍କର ୩ ଟି ଛୋଟ ଛୁଆ ମଧ୍ୟ ଅଛନ୍ତି । ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁସାରେ କିଛି ସମୟ ପୁର୍ବେ ମହିଳାଙ୍କ ବ୍ୟବହାର ତାଙ୍କ ପ୍ରତି ବଦଳି ଯାଇଥିଲା କିନ୍ତୁ ସେ କଲ୍ପନା ମଧ୍ୟ କରିପାରୁ ନାହାନ୍ତି ଯେ, ସେ ଏପରି କିଛି କରିଥିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking