33.1 C
Bhubaneswar
Thursday, April 25, 2024
Homeକରୋନାଦେଶରେ କରୋନା ସଂକ୍ରମିତ ମାମଲାରେ ୩.୮ ପ୍ରତିଶତ ବୃଦ୍ଧି

ଦେଶରେ କରୋନା ସଂକ୍ରମିତ ମାମଲାରେ ୩.୮ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସଜନିତ ମାମଲା ଗ୍ରାଫ ପୁଣି ଥରେ ଦୃତଗାମୀଆଡକୁ ମୁହାଁଇଥିବା ଦେଖିବାକୁ ମିଳିଛି । ଦେଶରେ ନୂଆ କୋଭିଡ ୧୯ ମାମଲାରେ ୩.୮ ପ୍ରତିଶତ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ରବିବାର ୨୫୩୨୦ ନୂଆ ମାମଲା ସାମ୍ନାକୁ ଆସିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ର୨୬୨୯୧ ନୂଆ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ଦେଶରେ କରୋନା ସଂକ୍ରମଣ ସମୁଦାୟ ସଂଖ୍ୟା ୧.୧୩ କୋଟି ହୋଇଛି । ଅନ୍ୟପଟେ ୧୫୮୭୨୫ ଲୋକଙ୍କ ଏଯାଏଁ ମୃତ୍ୟୁ ହୋଇସାରିଲାଣି । ଗତ ତିନି ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଜନିତ ନୂଆ ମାମଲା ରେକର୍ଡ କରାଯାଇଛି । ଏହାପୂର୍ବରୁ ୨୦ ଡିସେମ୍ବରରେ ୨୬୬୨୪ ନୂଆ ମାମାଲା ରିପୋର୍ଟ କରାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୧୭୪୫୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking