33.1 C
Bhubaneswar
Friday, April 26, 2024
Homeଓଡିଶା୪ଟି ତାରିଖରେ ଫଇସଲା ହେବ ଭରଣପୋଷଣ ମାମଲା : ହାଇକୋର୍ଟ

୪ଟି ତାରିଖରେ ଫଇସଲା ହେବ ଭରଣପୋଷଣ ମାମଲା : ହାଇକୋର୍ଟ

କଟକ: ଏଣିକି ଭରଣପୋଷଣ ମାମଲାର ଫଇସଲା କେବଳ ୪ଟି ତାରିଖରେ ଶେଷ ହେବ । ଆବେଦନକାରୀ ପ୍ରିୟ ରଞ୍ଜନ ଦାସଙ୍କ ପକ୍ଷରୁ ରୁଜୁ ଭରଣପୋଷଣ ଆବେଦନର ସ୍ଥାନାନ୍ତର ନିମନ୍ତେ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତିି ବିଶ୍ୱନାଥ ରଥଙ୍କ ଇଜିଲାସ ଉପରୋକ୍ତ ଆଦେଶ ଦେଇଛନ୍ତି । ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ ସିଆର୍‌ପିସିର ୧୨୫ ଆଧାରରେ ରୁଜୁ ଭରଣପୋଷଣ ମାମଲାରେ ପ୍ରୋସିଡିଙ୍ଗ୍ ୫ରୁ ୬ଟି ତାରିଖଠାରୁ ବେଶୀ ହେବ ନାହିିଁ । ପ୍ରଥମ ତାରିଖରେ ନୋଟିସ୍ ହେବ । ଦ୍ୱିତୀୟ ତାରିଖରେ ପ୍ରତିପକ୍ଷ କୋର୍ଟରେ ହାଜର ସହ ଆପତ୍ତି ଦାଖଲ କରିବେ । ତେବେ ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷ୍ୟ ଦେବାକୁ ଚାହିିଁବେ ତେବେ ଆଉ ଏକ ତାରିଖ ଦିଆଯାଇ ସାକ୍ଷ୍ୟଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇପାରିବ ।

ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେବ । ଯଦି କୌଣସି ପକ୍ଷ ସାକ୍ଷ୍ୟ ପ୍ରଦାନ କରିବା ପାଇଁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖର ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି । ଏହା ପରେ ଚତୁର୍ଥ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ ବୋଲି ହାଇକୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏ ସମସ୍ତ ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ଅଦାଲତ କହିଛନ୍ତି । ଫଳରେ ଫାମିଲି କୋର୍ଟରେ ଦୀର୍ଘଦିନ ଚାଲୁଥିବା ଭରଣପୋଷଣ ମାମଲା ଦୁଇ ମାସ ଅଥବା ୪ଟି ତାରିଖରେ ଶେଷ ହେବ । ହାଇକୋର୍ଟଙ୍କ ଉପରୋକ୍ତ ନିର୍ଦ୍ଦେଶନାମାକୁ ରାଜ୍ୟର ସମସ୍ତ ଫାମିଲି କୋର୍ଟ, ଜିଲ୍ଲା କୋର୍ଟଙ୍କ ଅବଗତ ନିମନ୍ତେ ପଠାଇବାକୁ ରେଜିଷ୍ଟ୍ରାର୍ ପଦକ୍ଷେପ ନେବେ ବୋଲି ହାଇକୋର୍ଟ କହିଛନ୍ତି ।

ଆବେଦନକାରୀ ଶ୍ରୀ ଦାସ ସିଆର୍‌ପିସିର ୧୨୫ ଆଧାରରେ ଏକ ମାମଲା ରୁଜୁ କରି ନୟାଗଡ଼ ଫାମିଲି କୋର୍ଟରେ ଶୁଣାଣି ଚାଲୁଥିବା ଭରଣପୋଷଣ ମାମଲାକୁ ଭୁବନେଶ୍ୱର ଫାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି ଶେଷ କରି ମାମଲାର ଅନ୍ତ ଘଟାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ସିଦ୍ଧେଶ୍ୱର ମହାନ୍ତି, ଏନ୍‌କେ ଦାସ, ସନ୍ଦୀପ୍ ପଟ୍ଟନାୟକ ପ୍ରମୁଖ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking