27.1 C
Bhubaneswar
Thursday, March 28, 2024
Homeଓଡିଶାଜଳ ପ୍ରପାତରେ ବୁଡ଼ି ବ୍ୟବସାୟୀ ନିଖୋଜ

ଜଳ ପ୍ରପାତରେ ବୁଡ଼ି ବ୍ୟବସାୟୀ ନିଖୋଜ

ଫୁଲବାଣୀ: ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିବା ଏକ ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ପାଣିରେ ବୁଡ଼ିଯାଇ ନିଖୋଜ ହୋଇ ଯାଇଛନ୍ତି । ପୁଲିସ ଓ ଅଗ୍ନିଶମ ବାହିନୀ ଓ ଟିମ୍ ହ୍ୟୁମାନିଟ୍ କନ୍ଧମାଳର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରହିଥିଲେ ବି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଥିବା ବେଳେ ପକଡ଼ାଝର ଜଳପ୍ରପାତରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।ସୂଚନା ଅନୁଯାୟୀ, ଆଜି ବ୍ରହ୍ମପୁର ଅଞ୍ଚଳର ଲୁଗା ବ୍ୟବସାୟୀ ସୁଜିତ ପୂଜାରୀ ଓ ତାଙ୍କ ସ୍ତ୍ରୀ ଦୀପିକା ପ୍ରଧାନଙ୍କ ସମେତ ଫିରିଙ୍ଗିଆ ଅଞ୍ଚଳରେ ରହୁଥିବା ଅନ୍ୟ ଦୁଇଜଣ ପରିଚିତ ଅନୁରାଗ କୋଟା ଓ ଗିରିଜା ବେହେରା ସମୁଦାୟ ୪ ଜଣ ଖଜୁରୀପଡା ବ୍ଲକ୍ ଅନ୍ତର୍ଗତ ପକଡାଝର ଜଳପ୍ରପାତକୁ ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ବୁଲିବାକୁ ଆସିଥିଲେ । ବୁଲାବୁଲି ସହିତ କିଛି ଫଟୋ ମଧ୍ୟ ଉଠାଇବା ପରେ ପ୍ରପାତ ଜଳରେ ଗାଧୋଉଥିଲେ ।

ସୁଜିତ୍ ଓ ଅନ୍ୟ ୨ ଜଣ ପୁରୁଷ ବନ୍ଧୁ ମିଳିତ ଭାବେ ପ୍ରପାତରେ ଗାଧୋଉଥିବା ସମୟରେ ତିନିଜଣ ଯାକ ପାଣିରେ ଫସିଯାଇଥିଲେ । ତେବେ ସୁଜିତ୍ ପାଣି ମଧ୍ୟରେ ବୁଡ଼ିଯାଇଥିଲେ । ତେବେ ଅନ୍ୟ ଦୁଇଜଣ ବହୁ ଚେଷ୍ଟା ଫଳରେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ସୁଜିତ୍ ଆଉ ଗଭୀର ପାଣି ଭିତରକୁ ଚାଲି ଯାଇଥିବାରୁ ସେ ଆଉ ଫେରି ଆସିପାରିନଥିଲେ । ପାଖରେ ଥିବା ତାଙ୍କର ଦୁଇ ବନ୍ଧୁ ନିଜକୁ ଉଦ୍ଧାର ପରେ ସୁଜିତ୍‌ଙ୍କୁ ମଧ୍ୟରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ସେଥିରେ ସଫଳ ହୋଇ ନ ଥିଲେ । ସୁଜିତଙ୍କ ପତ୍ନୀ ତୁରନ୍ତ ଫୁଲବାଣି ଅଗ୍ନିଶମ ବାହିନୀ ଓ ସଦର ପୁଲିସକୁ ଏ ନେଇ ଖବର ଦେବାରେ ଫୁଲବାଣୀ ଅଗ୍ନିଶମ ବାହିନି, କନ୍ଧମାଳ ଟିମ୍ ହ୍ୟୁମାନିଟ୍ ସଦସ୍ୟ ଓ ଚାରିଛକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ବି ଅଗ୍ନିଶମ ବାହିନୀ ତାଙ୍କୁ ଗଭୀର ଗଣ୍ଡ ଭିତରୁ ଖୋଜି ବାହର କରିବାରେ ସକ୍ଷମ ହୋଇ ପାରିନାହାନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking