33.1 C
Bhubaneswar
Friday, April 26, 2024
Homeଅପରାଧଏମିତି ସ୍ୱାମୀ କାହାକୁ ନମିଳୁ : ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ କରୁଥିଲା...

ଏମିତି ସ୍ୱାମୀ କାହାକୁ ନମିଳୁ : ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ କରୁଥିଲା ବାଧ୍ୟ

ମୁମ୍ବାଇ: ସାରା ଜୀବନ ସୁଖରେ ଦୁଃଖରେ ସାଥି ହେବାକୁ ଅଗ୍ନୀକୁ ସାକ୍ଷୀ ରଖି ବଚନ ଦେଇଥିଲା ମନର ମଣିଷ । ସୁଖରେ ସୁଖି ଦୁଃଖରେ ଦୁଖି ହେବାକୁ ଦେଇଥିବା ପ୍ରତିଶୃତିର ପାହାଡ । ହେଲେ ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲଗାଇବାକୁ ପଛାଇନି ସୈତାନ ସ୍ୱାମୀ । ନିଜ ସ୍ତ୍ରୀର ମାନ ରଖିବା ବଦଳରେ ସାଙ୍ଗ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ମହାରାଷ୍ଟ୍ର ପୁଣେର ଭାରତୀ ବିଶ୍ୱବିଦ୍ୟାଳୟ ପୋଲିସ ଷ୍ଟେସନ ପରିସରରେ ।

ଏନେଇ ମହିଳାଙ୍କ ଅଭିଯୋଗ ପରେ ସୈତାନ ସ୍ୱାମୀ ଓ ତାଙ୍କ ୨ ସାଙ୍ଗଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଗତ ୨୦୨୦ ଓ ୨୦୨୧ରେ ହାଡାପସରର ଏକ ଲଜରେ ଏବଂ କୋରେଗାଓଁରେ ଏକ ବନ୍ଧୁଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଯାହା ସେ ନିଜ ସମ୍ମୁଖରେ ମଧ୍ୟ ଦେଖୁଥିଲେ । ଭାରତୀ ବିଶ୍ୱବିଦ୍ୟାଳୟ ପୋଲିସ ଷ୍ଟେସନରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking