30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗୋପାଳପୁର ଦିଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ ହେଉ

ଗୋପାଳପୁର ଦିଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ ହେଉ

ଭୁବନେଶ୍ୱର,୧୮.୧୨ : ୨୦୧୫ ମସିହାରୁ ଗୋପାଳପୁର ଦିଘା ଉପକୂଳ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ୭୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଏହା ଆରମ୍ଭ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଇଂ ଲଳିତ ପଟ୍ଟନାୟକ କହିଛନ୍ତି ଯେ, ଭାରତମାଳା ପରିଯୋଜନା ଅନୁସାରେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ବ୍ୟାପକ ଅଞ୍ଚଳ ଏହି ରାଜପଥ ଦ୍ୱାରା ଉପକୃତ ହେବେ । ପର୍ଯ୍ୟଟନର ବିକାଶ ସହ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଏହାଦ୍ୱାରା ରାଜ୍ୟ ସମୃଦ୍ଧ ହୋଇପାରିବ । ଦେଶ ବିଦେଶରୁ ଅନେକ ପର୍ଯ୍ୟଟନ ଆସିବେ? ଦୀର୍ଘ ୪୧୫ କିଲୋମିଟରବ୍ୟାପ୍ତ ଉପକୂଳ ରାଜପଥ କିନ୍ତୁ ଅଲୋଡ଼ା ସ୍ଥାନକୁ ବହୁଳ ଭାବେ ଉନ୍ନତ କରିବ । ସ୍ଥାନୀୟ ଲୋକେ ଉନ୍ନତି କରିବା ସହ ବନ୍ୟା ବାତ୍ୟାରୁ ଏହି ଅଞ୍ଚଳ ରକ୍ଷା ପାଇବ ବୋଲି ଆକଳନ କରାଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ ଏହା କୋଣାର୍କ, ଅସ୍ତରଙ୍ଗ, ପାରାଦ୍ୱୀପ, ରତନପୁର, ଧାମରା, ଚାନ୍ଦିପୁର ଦେଇ ଦିଘାରେ ପହଞ୍ôଚବ । ଏହା ଗହିରମଥା ଏବଂ ଭିତର କନିକା ଭଳି ଅଭୟାରଣ୍ୟ ଦେଇ ଯିବ । ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, ୪୮୧ କିଲୋମିଟର ରାସ୍ତା ମଧ୍ୟରୁ ୧୨୮ କିଲୋମିଟର ରାସ୍ତା ବର୍ତ୍ତମାନ ରହିଛି । ଏହି ରାଜପଥ ନିର୍ମାଣ କଲାବେଳେ ୨୯ଟି ଉପରେ ମଧ୍ୟ ଏଭଳି ନିର୍ମାଣର ଆବଶ୍ୟକତା ରହିବ । ଏହାକୁ ନେଇ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ମୁମ୍ବାଇରେ ଏଭଳି ଉପକୂଳ ରାଜପଥ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି । ଏହାକୁ ଆଖି ଆଗରେ ରଖି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଆମ ରାଜ୍ୟ ସରକାର ମଧ୍ୟ ଏହି ଉପକୂଳ ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରିବା ଦରକାର । ଏହି ରାସ୍ତା ନିର୍ମାଣ କରିଲେ ପ୍ରାୟ ସମସ୍ତ ବନ୍ଦର ସହ ଏହା ଯୋଗ କରିବ ।ଏହି ରାସ୍ତା କେବଳ ପର୍ଯ୍ୟଟନ ନୁହେଁ, କୃଷି, ଗମନାଗମନ ସମିଶ୍ରଣ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ୨୧୯ରେ ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରାଧିକରଣ ପ୍ରସ୍ତାବରେ ରାଜି ହୋଇଥିଲେ ଏହାଦ୍ୱାରା ସାନିପଦା ଠାରୁ ଦିଘା ପର୍ଯ୍ୟନ୍ତ ୩୨୦ କିଲୋମିଟର ରାସ୍ତା ନିର୍ମାଣ ହୋଇଥାନ୍ତା, ଏହା ପୁରୀ, କୋଣାର୍କ, ଅସ୍ତରଙ୍ଗ, ଧାମରା, ବାସୁଦେବପୁର, ଚାନ୍ଦିପୁର ଦେଇ ଯାଇଥାନ୍ତା । କିନ୍ତୁ ରାଜ୍ୟ ସରକାର ଗୋପାଳପୁର ଠାରୁ ସାତପଡ଼ା ପର୍ଯ୍ୟନ୍ତ ୯୫ କିଲୋମିଟର ରାସ୍ତା ଦେଇ କୌଣସି ଅନୁମତି ଦେଲେ ନାହିଁ । ଫଳରେ ଏହା ଅଧା ବାଟରେ ଅଟକି ରହିଛି । ଭାରତମାଳା ପ୍ରକଳ୍ପ ପକ୍ଷରୁ ନିଆଯାଇଥିବା ୩୨୨ ପ୍ରକଳ୍ପ ମଧ୍ୟରେ ୨୯୨୧ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିଛି କିନ୍ତୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଓଡ଼ିଶା ନାଗରିକ ସମାଜ ଦାବୀ କରୁଛି । ଓଡ଼ିଶାର ସ୍ୱାର୍ଥ ଜଡ଼ିତ ଥିବାରୁ ଏହି ପ୍ରକଳ୍ପ ଯଦି ତୁରନ୍ତ ଆରମ୍ଭ କରାନଯାଏ, ନାଗରିକ ସମାଜ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ନାଗରି ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ଉପସଭାପତି ରମେଶ ମହାନ୍ତି, ବାସୁଦେବ ଭଟ୍ଟ, ମାନସ ଜେନା, ବିରେନ୍ଦ୍ର ଦାସ, ମନୋଜ ଜେନା, ସମ୍ପାଦକ ଶ୍ରୀନିବାସ ମହାନ୍ତି, ଯୁଗ୍ମ ସମ୍ପାଦକ ଲିଲି ଜେନାମଣି, ସହ ସମ୍ପାଦକ ସତ୍ୟବ୍ରତ ଜେନା, ଉପସଭାପତି (ମହିଳା) ଅପର୍ଣ୍ଣା ନାୟକ, ରୀନା ରାଉତରାୟ, ଜ୍ୟୋତ୍ସ୍ନା ଦାସ ଏବଂ ସଦସ୍ୟ ଭକ୍ତ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking