27.1 C
Bhubaneswar
Saturday, May 2, 2026
Homeଓଡିଶାରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା  

ରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା  

ଯାଜପୁର: ଶୁକ୍ରବାର ୯ମ ରାଜ୍ୟସ୍ତରୀୟ ପୁସ୍ତକ ମେଳାର ୪ଥ ସନ୍ଧ୍ୟାରେ ଏକ ସଭା ପୁସ୍ତକ ମେଳା କମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପ୍ରାରମ୍ଭରେ କମିଟିର ସାଧାରଣ ସଂପାଦକ ଡ଼ କୁଶଚନ୍ଦ୍ରପ୍ରଧାନ ଏକ ବିବରଣୀ ପାଠ କରିଥିଲେ ଏହା ପରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ତହସିଲ୍ ଦାର ଦେବାଶିଷ ରାଉତ, ମୁଖ୍ୟ ବକ୍ତା ଭାବେ କୋରାଇ ଗୋଷ୍ଟି ଉନ୍ନୟନ ମଣ୍ଡଳ ଅଧିକାରୀ ଅବିନି କାନ୍ତ ସାହୁ ଓ ସମ୍ମାନୀତ ଅତିଥି ଭାବେ ବ୍ୟାସନଗରର ଅତିରିକ୍ତ ତହସିଲ୍ ଦାର୍ ପ୍ରସନ୍ନ କୁମାର ମହାନ୍ତି ଓ କମିଟିର କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମହାନ୍ତି ପ୍ରମୁଖ ନିଜ ନିଜର ଅଭିଭାଷଣ ରେ କହିଥିଲେ କି ଆଧୁନିକ ଯୁଗରେ ପୁସ୍ତକ ସହିତ ଇଣ୍ଟରନେଟ କେବେ ସମକକ୍ଷ ହୋଇପାରିବନାହିଁ ଦିନ ଆସିବ ସୃଷ୍ଟି ନଷ୍ଟ ହୋଇପାରେ କିନ୍ତୁ ପୁସ୍ତକ ଆଜୀବନ ଗ୍ରହଣୀୟ ବୋଲି ବକ୍ତା ମାନେ ଉପସ୍ଥିତ ପାଠକ ପାଠିକା ମାନଂକୁ ଆଗାମୀ ଦିନ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇଥିଲେ ଓ କଳିଙ୍ଗ ନଗର ଶିଳ୍ପାଅଞ୍ଚଳ ରେ ପୁସ୍ତକ ମେଳାର ଆବଶ୍ୟକତା ଜରୁରୀ ଥିଲା ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଭାଗିତାରେ ଜିଲ୍ଲା ପ୍ରଶାସନଙ୍କୁ ଶ୍ରୀ ମହାନ୍ତି ସହଯୋଗ କୁ ଉଚ୍ଚ ପ୍ରଶଂସା କରିଥିଲେ , ଅକ୍ଷୟ କୁମାର ଦେଓଙ୍କ ଦ୍ଵାରା ମଞ୍ଚ ପରିଚାଳନା କରିବା ସହିତ ଏହି ସନ୍ଧ୍ୟାରେ ଝୁମୁକା ଦ୍ୟାନ୍ସର ନିର୍ଦେଶଶକବିକାଶ ଦାସଙ୍କ ଦ୍ଵାରା ସ୍ଥାନୀୟ ଅଞ୍ଚଳର କୁନି କୁନି ପିଲାଙ୍କୁ ନେଇ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଶେଷରେ ଅଜୟ କୁମାର ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking