28.1 C
Bhubaneswar
Friday, April 26, 2024
Homeଓଡିଶାନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର: ବିଭତ୍ସ ହତ୍ୟା କରାଯାଇଥିବା ସନ୍ଦେହ

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର: ବିଭତ୍ସ ହତ୍ୟା କରାଯାଇଥିବା ସନ୍ଦେହ

ପାଟଣାଗଡ: ପାଟଣାଗଡ ବ୍ଲକ ତମିଆଁ ଗ୍ରାମର ବିଘ୍ନରାଜ ପୁଟେଲ(୫୦)ଙ୍କ ମୃତଦେହ ଗାଁର ମାଳିପଡାଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଅଡଖ ନାଳା ଭାବରେ ପରିଚିତ ଏକ ନାଳ ହିଡ ମାଟିତଳୁ ଉଦ୍ଧାର କରାଯାଇଛି । ଶରୀରରେ ଅନେକ କ୍ଷତ ଦାଗ ଥିବା ସହ ଏକ ପରିତ୍ୟକ୍ତ ସ୍ଥାନରେ ମାଟି ତଳେ ପୋତାଯାଇଥିବାରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ତଥା ପୁଲିସ ଅନୁମାନ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୃତ ବିଘ୍ନରାଜ ସୋମବାର ସଂଧ୍ୟାରୁ ନିଖୋଜ ଥିଲେ ଏବଂ ମଙ୍ଗଳବାର ଏ ସଂକ୍ରାନ୍ତରେ ଲରମ୍ଭା ଥାନାରେ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା ।
ସୂଚନା ଅନୁଯାୟୀ, ଗାଁଠାରୁ କିଛି ଦୂରରେ ପୋଟଳ ଚାଷ କରିଥିବା ବିଘ୍ନରାଜ ଏବଂ ତାଙ୍କ ପତ୍ନୀ ଆରତୀ ସବୁଦିନ ସକାଳୁ ସେମାନଙ୍କ ଚାଷ ଜମିକୁ ଯାଇଥାଆନ୍ତି । ଅନୁରୂପ ଭାବରେ ସୋମବାର ଦିନ ମଧ୍ୟ ଉଭୟୟେ ନିଜ ପୋଟଳ କିଆରିକୁ ଯାଇଥିଲେ ।

ସେଠାରେ ଉଭୟେ ମଧ୍ୟାହ୍ଣ ଭୋଜନ ସାରିବା ପରେ ସବୁଦିନ ଭଳି ସେଦିନ ମଧ୍ୟ ଅପରାହ୍ଣ ପ୍ରାୟ ୩ ଟା ବେଳେ ନିଜ ଘରକୁ ଫେରି ଆସିଥିଲେ । ତେବେ ସବୁଦିନ ସଂଧ୍ୟାରେ ନିଜ ଘରକୁ ଫେରୁଥିବା ବିଘ୍ନରାଜ ଆଉ ଘରକୁ ଫେରି ନଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇ ମଙ୍ଗଳବାର ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳେ ଖୋଜାଖୋଜି କରୁଥିବା ବେଳେ ଉକ୍ତ ନାଳ ହିଡରେ ପୋତାଯାଇଥିବା ଏକ ମୃତଦେହର ଗୋଟିଏ ହାତ ବାହାରକୁ ବାହାରି ଆସିଥିବା ଦେଖି ପରିବାର ଲୋକେ ଏବଂ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଲରମ୍ଭା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ମୃତଦେହ ମାଟିତଳୁ ଉଦ୍ଧାର କରିବା ପରେ ତାହା ବିଘ୍ନରାଜଙ୍କ ବୋଲି ଜଣାପଡିଥିଲା । ମୃତକଙ୍କ ପୁତୁରା ରତନ ପୁଟେଲଙ୍କ ଲିଖିତ ଅଭିଯୋଗକ୍ରମେ ଲରମ୍ଭା ଥାନା କେଶ୍ ନମ୍ବର ୨୯ରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୨/୨୦୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking