28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ ରାଜ୍ୟକୁ ୨ ଲକ୍ଷ ୪୨ ହଜାର ବାସଗୃହ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ ରାଜ୍ୟକୁ ୨ ଲକ୍ଷ ୪୨ ହଜାର ବାସଗୃହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୬ଟି ରାଜ୍ୟରେ ୨ ଲକ୍ଷ ୪୨ ହଜାର ବାସଗୃହ ନିର୍ମାଣକୁ ଅନୁମୋଦନ ପ୍ରଦାନ କରିଛି । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତ୍ରିପୁରା, ତାମିଲନାଡୁ ଓ ପଶ୍ଚିମବଙ୍ଗ ରହିଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ମଞ୍ଜୁରୀ ଓ ତଦାରଖ କମିଟିର ୬୦ତମ ବୈଠକରେ ଏହି ମଞ୍ଜୁରୀ ମିଳିଛି ।

ଏହାକୁ ମିଶାଇ ଏହି ମିଶନ ଅଧୀନରେ ମଞ୍ଜୁରୀ ମିଳିଥିବା ବାସଗୃହ ସଂଖ୍ୟା ୧ କୋଟି ୧୭ ଲକ୍ଷ ଅତିକ୍ରମ କରିଛି । ସେଥି ମଧ୍ୟରୁ ୯୫ ଲକ୍ଷ ବାସଗୃହର ନିର୍ମାଣ କାର୍ଯ୍ୟ ଚାଲିଛି । ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୫୬ ଲକ୍ଷ ବାସଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମିଶନ ଅଧୀନରେ ୭ ଲକ୍ଷ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking