41.1 C
Bhubaneswar
Sunday, April 28, 2024
Homeଅପରାଧବିଜେପି ନେତାଙ୍କ ଉପରେ ଲଗାତାର ଆତଙ୍କବାଦୀ ହମଲା, ୨ ଶିଶୁ ମୃତ ସମେତ ୬ ଆହତ

ବିଜେପି ନେତାଙ୍କ ଉପରେ ଲଗାତାର ଆତଙ୍କବାଦୀ ହମଲା, ୨ ଶିଶୁ ମୃତ ସମେତ ୬ ଆହତ

ଜମ୍ମୁ କାଶ୍ମୀର: ଗୁରୁବାର ରାତିରେ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଭାରତୀୟ ଜନତା ପାର୍ଟି ନେତାଙ୍କ ଘରେ ଗ୍ରେନେଡ ଆକ୍ରମଣରେ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ପୋଲିସ ଅଧିକାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ଗ୍ରେନେଡ ଆକ୍ରମଣରେ ବିଜେପି କର୍ମୀ ଜସବୀର ସିଂ, ତାଙ୍କ ପିତାମାତା ଏବଂ ଅନ୍ୟ ତିନି ସମ୍ପର୍କୀୟ ଆହତ ହୋଇଛନ୍ତି ।

ସନ୍ଦିଗ୍ଧ ଆତଙ୍କବାଦୀମାନେ ଚାନ୍ଦଲି ଅଞ୍ଚଳରେ ଥିବା ଘରେ ଏହି ଗ୍ରେନେଡ ଫିଙ୍ଗିଥିଲେ ଏବଂ ଏହା ଟେରାସରେ ବିସ୍ଫୋରଣ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି । ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ରାଜନେତାଙ୍କ ଉପରେ, ବିଶେଷକରି ବିଜେପି ସହ ଲିଙ୍କ୍ ଥିବା ଲୋକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଚାରି ଦିନ ପୂର୍ବେ କାଶ୍ମୀର ଘାଟିର ଅନନ୍ତନାଗରେ ଜଣେ ଗାଁ ମୁଖିଆ ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି । ନିକଟରେ ତିନିରୁ ଚାରି ଗୋଷ୍ଠୀ ଆତଙ୍କବାଦୀ ସୀମା ଆରପାରିକୁ ପ୍ରବେଶ କରିଛନ୍ତି ବୋଲି ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ ଏହି ସପ୍ତାହରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking