37.1 C
Bhubaneswar
Thursday, March 28, 2024
Homeଓଡିଶାବିଜେଡି ଦେବ ୨୭ ପ୍ରତିଶତ ଓବିସି ପ୍ରାର୍ଥୀ

ବିଜେଡି ଦେବ ୨୭ ପ୍ରତିଶତ ଓବିସି ପ୍ରାର୍ଥୀ

ଭୁବନେଶ୍ୱର: ଓବିସିକୁ ନେଇ ଏକ ବଡ କାର୍ଡ ଖେଳିଛି ବିଜୁ ଜନତା ଦଳ ବା ବିଜେଡି । ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଉଭୟ କହିଛନ୍ତି । ପଂଚାୟତ ସହ ପରବର୍ତୀ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ । କୋର୍ଟ କଟକଣା, କେନ୍ଦ୍ରୀୟ ଆଇନ ନଥିବାରୁ ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ବିଜେପି ଓ ଅନ୍ୟ ଦଳମାନେ ଶିକ୍ଷାଲାଭ କରନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।

ସୂଚନାଯୋଗ୍ୟ , ସମ୍ବିଧାନର ୧୨୭ତମ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି । ଏଥିରେ ବହୁଚର୍ଚ୍ଚିତ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ନିଜସ୍ବ ଚିହ୍ନଟ ପ୍ରକ୍ରିୟା ଓ ତାଲିକା ପ୍ରସ୍ତୁତି କ୍ଷମତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ସୋମବାର ସରକାରଙ୍କ ପକ୍ଷରୁ ଲୋକସଭାରେ ସାମାଜିକ କଲ୍ୟାଣ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କ ଦ୍ବାରା ଆଗତ ଏହି ବିଧେୟକକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିବାରେ ଏହା ସ୍ବଚ୍ଛନ୍ଦରେ ଗୃହୀତ ହୋଇଛି। ଗୃହରେ ଉପସ୍ଥିତ ୩୮୫ ସଦସ୍ୟ ଏହାକୁ ସମର୍ଥନ କରିଥିଲାବେଳେ କେହି ବିରୋଧ କରି ନ ଥିଲେ। ଏହି ବିଧେୟକ ଆଇନରେ ପରିଣତ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିକଟକୁ ସେମାନଙ୍କ ରାଜ୍ୟରେ ଓବିସି ବର୍ଗଙ୍କୁ ଚିହ୍ନଟ, ସେମାନଙ୍କ ତାଲିକା ପ୍ରସ୍ତୁତି ଓ ସଂରକ୍ଷଣ କ୍ଷମତା ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking