27.1 C
Bhubaneswar
Tuesday, May 14, 2024
Homeଓଡିଶାକାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ

କାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: କାଲି +୨କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖ ଯୋଗ୍ୟ ଯେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ପୂର୍ବରୁ ଫଳା ଫଳ ଘୋଷଣା କରାଯିବାକୁ ଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୩୧ ତାରିଖରେ ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗ ଫଳାଫଳ ଘୋଷଣା କରାଯାଇଥିଲା । କିନ୍ତୁ ଜୁଲାଇ ୩୧ ସୁଦ୍ଧା କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ହୋଇପାରିନଥିଲା । ତେବେ ନିର୍ଦ୍ଦିଷ୍ଟ ଫଳାଫଳ ପ୍ରକାଶନ ପାଇଁ ରାଜ୍ୟ ସରକାର ଅଧିକ ସମୟ ମାଗିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଫଳାଫଳ ପ୍ରକାଶନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦାଶ ଗଣ ମାଧ୍ୟମକୁ କହିଛନ୍ତି । orissaresult.nic.ic ସାଇଟ୍‌ରୁ ଛାତ୍ର ଛାତ୍ରୀ ରେଜଲ୍ଟ ପାଇପାରିବେ ।

ଚଳିତ ବର୍ଷ ବିଜ୍ଞାନରେ +୨ ପରୀକ୍ଷା ପାଇଁ ୭୮,୮୯୯ ନିୟମିତ ପ୍ରାର୍ଥୀଙ୍କ ସମେତ ମୋଟ ୯୪,୫୩୨ ଛାତ୍ରଛାତ୍ରୀଙ୍କର ନାମାଙ୍କନ ହୋଇଥିଲା । ସେଥି ମଧ୍ୟରୁ ୮୯,୯୫୧ ଜଣ ବୋର୍ଡ ପରୀକ୍ଷାରେ ସଫଳ ହୋଇଛନ୍ତି । ବିଜ୍ଞାନ ବିଭାଗରେ ମୋଟ ପାସ୍ ହାର ୯୫.୧୫ ପ୍ରତିଶତ ରହିଛି ।

ସେହିଭଳି, ବାଣିଜ୍ୟ ବିଭାଗରେ ୨୧,୯୯୬ ପ୍ରାର୍ଥାଙ୍କ ସମେତ ୨୪,୫୨୬ ଛାତ୍ରଛାତ୍ରୀ ବାଣିଜ୍ୟ +୨ ପରୀକ୍ଷାରେ ନାମାଙ୍କନ କରିଥିଲେ । ମୋଟ ନାମାଙ୍କନ ମଧ୍ୟରୁ ୨୩,୨୯୨ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବଂ ବାଣିଜ୍ୟ ବିଭାଗରେ ଚଳିତ ବର୍ଷ ମୋଟ ପାସ୍ ହାର ୯୪.୯୬ ପ୍ରତିଶତ ରହିଛି । ଏବଂ ଏବର୍ଷ କଳାରେ ମଧ୍ୟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking