32.1 C
Bhubaneswar
Thursday, May 2, 2024
Homeଓଡିଶାନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ନ ପଡିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ନ ପଡିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

ଦେବଗଡ : ସ୍ଥାନୀୟ ଇନ୍ଧିରାଗାନ୍ଧୀ ଷ୍ଟାଡିୟମ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଦିବସର ମୁଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲାପାଳ ସୁଧାଶୁଂ ମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।କରୋନା ଗାଇଡ ଲାଇନ ଅନୁଯାୟୀ ନିରାଡମ୍ବର ଭାବେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ଦେବଗଡ ଜିଲ୍ଲା ର ବିକାଶ ପାଇଁ ସମସ୍ତ ଜିଲ୍ଲାବାସୀ ପ୍ରଶାସନ କୁ ସହଯୋଗର ହାତ ବଢାଇବା ସହ ଦେବଗଡ ଜିଲ୍ଲାକୁ ୧ ନଂ ଜିଲ୍ଲା କରି ଗଢି ତୋଳିବରେ କୁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଦେବଗଡ ଜିଲ୍ଲାର ବିକାଶ ହେବା ସହ ଖୁବ ଶିଘ୍ର ପ୍ରତ୍ୟେକ ଘରକୁ ଟ୍ୟାପ ଯୋଗେ ଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବା ସହ ଜିଲ୍ଲା ଅଧିବାସୀ ଙ୍କ ଜୀବନ ଜୀବିକା ପାଇଁ ସହରାଂଚଳ ଉନ୍ନୟନ ଯୋଜନାରୁ ଭେଣ୍ଡିଙ୍ଗ ଜୋନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା , ରାସ୍ତା ଓ ଜଳାଶୟର ବିକାଶ କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଥିଲେ ।

ସେହିପରି ଜିଲ୍ଲାରୁ କୁପୋଷଣ କୁ ସଂପୂର୍ଣ୍ଣ ଦୂର କରାଯାଇପାରିଥିବା ବେଳେ ବାଲ୍ୟ ବିବାହ କୁ ମଧ୍ୟ ରୋକାଯାଇପାରିଥିବା ପ୍ରକାଶ କରିଥିଲେ ।ଅନ୍ୟ ପକ୍ଷରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଦେବଗଡ ଜିଲ୍ଲା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ଭିତିଭୂମି ବିକାଶ ପାଇଁ ୫ଟି ଅନ୍ତର୍ଗତ ବିଦ୍ୟାଳୟ ଗୁଡିକର ଆଧୁନିକି କରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରକାଶ କରିଥରଲେ ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଙ୍କ କୁ ପ୍ରରୋଚନାରେ ନପଡିବାକୁ ଜିଲ୍ଲାବାସୀ ଙ୍କୁ ଆହ୍ୱାନ ଦେଇଥିଲେ ।ସରଜେଣ୍ଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡି ଙ୍କ ନେତୃତ୍ୱରେ ୪ପ୍ଲାଟୁନ ପୁଲିସ ଫୋର୍ସ ଏବଂ୪ର୍ଥ ଆଇଆରବିର ପୁଲିସ ବ୍ୟାଣ୍ଡ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ସାଲାମୀ ଦେବା ସହପୁଲିସ ବ୍ୟାଣ୍ଡ ଜାତୀୟ ସଂଗୀତ ପରିବେଷଣ କରିଥିଲେ ।

ମଂଚରେ ଜିଲ୍ଲା ଆରକ୍ଷୀ ଅଧ୍‌ôକ୍ଷକ ରାଜକିଶୋର ପାଇକରାୟ ଉପସ୍ଥିତ ରହି ଜାତୀୟ ପତାକାକୁ ସଲାମୀ ଦେଇଥିଲେ । ଚଳିତ ବର୍ଷ ମଧ୍ୟ ସ୍ୱାଧିନତା ଦିବସ ପାଳନ ଅବସରରେ କରୋନା କଟକଣା ଯୋଗୁଁ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନଥିବା ପଡିଆରେ ଜନସାଧାରଣ ଙ୍କ ଉପସ୍ଥିତି ଦେଖିବାକୁମିଳିନଥିଲା ।ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ର ଅଧିକାରୀ ଙ୍କ ସମେତ ଗଣ ମାଧ୍ୟମର ପ୍ରତିନିଧି ମାନେ ପଡିଆରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking