37.2 C
Bhubaneswar
Friday, April 19, 2024
Homeଓଡିଶାବନ ବିଭାଗ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ୨ ତସ୍କର ଗିରଫ : ୨ ହାତୀଦାନ୍ତ ଜବତ

ବନ ବିଭାଗ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ୨ ତସ୍କର ଗିରଫ : ୨ ହାତୀଦାନ୍ତ ଜବତ

ଦେବଗଡ : ହାତୀଦାନ୍ତ ବିକ୍ରୀ ପାଇଁ ଉଦ୍ୟମ ବେଳେ ଦେବଗଡ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ୨ ଜଣ ତସ୍କରଙ୍କୁ ଗିରଫ କରିବାସହ ୨ଟି ହାତୀଦାନ୍ତ ଜବତ କରାଯାଇଛି । ଗିରଫ ତସ୍କାର ମାନେ କଂସର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୁତେଲ ଗ୍ରାମର ପବିତ୍ର ମାଝୀ(୪୧) ଓ ମନଫୁଲ ମାଝୀ(୩୨) ବୋଲି ଜଣାପଡିଛି । ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ବନାଂଚଳ ଅନ୍ତର୍ଗତ କଂସର ସେକ୍ସନ ଅଂଚଳରେ ହାତୀଦାନ୍ତ ତସ୍କରେ ସକ୍ରୀୟ ଥିବା କୌଣସି ସୂତ୍ରରୁ ସୂଚନା ପାଇ ଏହା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଦେବଗଡ ବନଖଣ୍ଡ ଅଧିକାରୀ ଶ୍ରୀମତି କ୍ଷମା ଷଡଙ୍ଗୀ ଦେବଗଡ ଫରେଷ୍ଟ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ,

ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ମହେନ୍ଦ୍ର ସାହୁ , ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୂ , ପାଳଲହଡା ଫରେଷ୍ଟ ରେଞ୍ଜ ଅଫିସର ଦୁର୍ଯୋଧନ ଜରେଇ , ଦେବଗଡ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ,ରିଆମାଳ ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନ,ଖମାର ଫରେଷ୍ଟର ପ୍ରଦୀପ କୁମାର ଶତପଥି,ଠିଆନାଳ ଫରେଷ୍ଟର ମନ୍ମଥ ବେହେରା ଓ ଦେବଗଡ ଫରେଷ୍ଟଗାର୍ଡ ଭୋଳେଶ୍ୱର ସାହୁଙ୍କ ସମେତ ଏକାଧିକ ଫରେଷ୍ଟଗାର୍ଡଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ । ଏହି ସ୍କ୍ୱାର୍ଡ ଦୀର୍ଘ ୧୦ ଦିନ ହେଲା ବିଭିନ୍ନ ଅଂଚଳରେ ବୁଲାବୁଲି କରି ତଥ୍ୟ ସଂଗ୍ରହ କରିବାସହ ହାତୀଦାନ୍ତ ତସ୍କରଙ୍କ ଗତିବିଧି ସମ୍ପର୍କରେ ଖବର ସଂଗ୍ରହ ଜାରୀ ରଖିଥିଲେ ।

ଆଜି ପୂର୍ବାହ୍ନରେ କଂସର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୁତେଲ ଗ୍ରାମର ପବିତ୍ର ମାଝୀ(୪୧) ଓ ମନଫୁଲ ମାଝୀ(୩୨) ସଡୋ ଗ୍ରାମର ଏକ ନିର୍ଜନ ସ୍ଥାନରେ ୨ଟି ହାତୀ ଦାନ୍ତ ବିକ୍ରୀପାଇଁ ଉଦ୍ୟମ ଚଳାଇଥିବା ବେଳେ ଉକ୍ତ ସ୍ୱତନ୍ତ୍ର ସ୍କ୍ୱାର୍ଡ ସେଠାରେ ଅତର୍କୀତ ଚଢାଉ କରିଥିଲା । ଚଢାଉ ସମୟରେ ସେମାନଙ୍କ ଠାରୁ ଉକ୍ତ ହାତୀଦାନ୍ତ ଦ୍ୱୟ ଜବତ କରିବାସହ ବେଆଇନ ହାତୀଦାନ୍ତ କାରବାର ଚଳାଇଥିବା ପବିତ୍ର ଓ ମନଫୁଲକୁ ଗିରଫ କରି ଦେବଗଡ ବନାଂଚଳାଧିକାରୀଙ୍କ କାର୍ଯ୍ୟାଳୟକୁ ଆଣିବା ସହ ସେମାନଙ୍କୁ ଅଧିକ ପଚରାଉଚରା ଜାରୀ ରହିଛି । ହାତୀଦାନ୍ତ ଦ୍ୱୟକୁ ଓଜନ କଲାପରେ ଏହାର ଓଜନ ୪କିଲୋ ୭ ଶହ ଗ୍ରାମ ରହିଥିବା ଜଣାପଡିଥିଲା । ଗିରଫ ତସ୍କର ଦ୍ୱୟ ହାତୀଟିକୁ ହତ୍ୟାକରି ନିଜ ପାଖରେ ଦାନ୍ତ ରଖିଥିଲେ ନା ଅନ୍ୟ କାହାଠାରୁ ଆଣି ବିକ୍ରୀ ପାଇଁ ଉଦ୍ୟମ କରୁଥିଲେ ସେନେଇ ଅଧିକ ପଚରାଉଚୁରା କରୁଥିବା ଜଣାପଡିଛି । ତଦନ୍ତ ଶେଷ ହେବାପରେ ଗିରଫ ତସ୍କର ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ ବନଖଣ୍ଡ ଅଧିକାରୀ ଶ୍ରୀମତି ଷଡଙ୍ଗୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking