35.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍ ଆକ୍ରମଣ

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍ ଆକ୍ରମଣ

ଜମ୍ମୁ : ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଉଛି ଆତଙ୍କବାଦୀ ଭିତ୍ତିକ କାର୍ଯ୍ୟକଳାପ। ପ୍ରତିଦିନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କରାଯାଉଛି ଆକ୍ରମଣ। ଆଜି ମଧ୍ୟ ସମାନ ଭାବରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଛି ଗ୍ରେନେଡ୍ ଆକ୍ରମଣ। ସୂଚନା ଅନୁସାରେ କାଶ୍ମୀର ସମ୍ଭାଗର ପୁଲୱାମାରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ସମ୍ଭାଗର ମୁଖ୍ୟ ଚେକପୋଷ୍ଟରେ ମୁତୟନ ଥିବା ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ୁଛି। ଏହି ଆତ୍ମଘାତି ବିସ୍ଫୋରଣରେ ତିନି ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking