37.1 C
Bhubaneswar
Saturday, May 18, 2024
Homeଓଡିଶାହନି ଟ୍ରାପ୍‌ରେ ପଡ଼ି ତଥ୍ୟ ଦେଇଥିଲେ ଡିଆର୍‌ଡିଓର ଠିକା କର୍ମଚାରୀ

ହନି ଟ୍ରାପ୍‌ରେ ପଡ଼ି ତଥ୍ୟ ଦେଇଥିଲେ ଡିଆର୍‌ଡିଓର ଠିକା କର୍ମଚାରୀ

ବାଲେଶ୍ୱର : ପାକିସ୍ତାନ ଯୁବତୀଙ୍କ ଫାଶରେ ପଡ଼ିଥିଲେ ଗିରଫ ୪ ଯୁବକ । ଯୁବତୀଙ୍କ ଫାଶରେ ପଡ଼ି ପାକିସ୍ତାନ ସଂସ୍ଥାକୁ ଦେଉଥିଲେ ତଥ୍ୟ । ଠୋସ୍‌ ପ୍ରମାଣ ମିଳିବା ପରେ ଚାନ୍ଦିପୁର ଡିଆର୍‌ଡିଓ ୪ ଠିକା କର୍ମଚାରୀଙ୍କ ଗିରଫ କରିଛି ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବୁଲିବାକୁ ଇଛା କରୁଥିଲା ପାକିସ୍ତାନୀ ଏଜେଣ୍ଟ । ଗିରଫ ୪ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ପ୍ରତିଦିନର ତଥ୍ୟ ପାକିସ୍ତାନର ଜଣେ ମହିଳା ଏଜେଣ୍ଟ ନିକଟକୁ ପଠାଉଥିଲେ । ପାକିସ୍ତାନର ଏହି ମହିଳା ଏଜେଣ୍ଟ ଫେସବୁକରେ ଜଣେ ଠିକା କର୍ମଚାରୀଙ୍କ ସମ୍ପର୍କରେ ଆସିଥିଲେ । ମହିଳା ଏଜେଣ୍ଟ ଜଣକ ଉତ୍ତରପ୍ରଦେଶର ଜଣେ ଯୁବତୀ ଭାବେ ପରିଚୟ ଦେଉଥିଲା ।

ଜଣକ ପରେ ଜଣେ ୪ ଯୁବକ ଯୁବତୀ ସହ ସମ୍ପର୍କ ବଢ଼ାଇଥିଲେ । ଯୁବତୀ ଜଣକ ଚାନ୍ଦିପୁର ଘାଟି ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥିପାଇଁ ଏକ ସିମକାର୍ଡ ଦରକାର ଥିବା କହିଥିଲା । ଏଥିପାଇଁ ସେ ୨୦ ହଜାର ଟଙ୍କା ଦେଇଥିଲେ । ସିମକାର୍ଡ ପାଇବା ପରେ ସେଥିରେ ହ୍ଵାଟସଆପ୍‌ ନମ୍ବର ବ୍ୟବହାର କରିଥିଲା। ଏହି ହ୍ଵାଟସଆପ୍‌ ନମ୍ବରରେ କଥାବାର୍ତ୍ତା କରି ପ୍ରତିଦିନ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ନେଉଥିଲା । ବିଭିନ୍ନ ବାହାନରେ ଏଜେଣ୍ଟ ଜଣକ ଲକ୍ଷାଧିକ ଟଙ୍କା ପଠାଇଥିବା ସୂଚନା ମିଳିଛି । ସିମକାର୍ଡ ବାଲେଶ୍ୱରରେ ଥିଲେ ମଧ୍ୟ ପାକିସ୍ତାନ ଏଜେଣ୍ଟ ଜଣକ ଏହାକୁ ବ୍ୟବହାର କରିପାରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking