41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗରାସ୍ତାକଡ଼ରେ ବିଭତ୍ସ ହତ୍ୟା

ରାସ୍ତାକଡ଼ରେ ବିଭତ୍ସ ହତ୍ୟା

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ରହଣିଆ ନୂଆପେଖରୀ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ରାସ୍ତା କଡ଼ରେ ଥିବା ବାଉଁଶ ବୁଦା ମୂଳେ ବିଭତ୍ସ ଭାବେ ହତ୍ୟା କରାଯାଇ ଫୋପାଡ଼ି ଦିଆଯାଇଛି । ମହିଳା ଜଣକଙ୍କ ବେକ କାଟି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ଗତକାଲି ରାତିରୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏଯାଏଁ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ଭଣ୍ଡାରୀ ପୋଖରୀ ଥାନା ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି ।

ହତ୍ୟା ଘଟଣା ପରଠାରୁ ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ମହାନ୍ତି ନିଖୋଜ ଅଛନ୍ତି ବୋଲି ସୂଚନା ମିଳିଛି । ଗତ ୮ ବର୍ଷ ତଳେ ମୃତକ ଜଣକ ନିଜ ବାପ ଘର ଗ୍ରାମରେ ବିବାହ କରିଥିଲେ । ତାଙ୍କର ଗୋଟିଏ ୪ ବର୍ଷର ଶିଶୁ କନ୍ୟା ଅଛି । ତେବେ କିଏ ଓ କେଉଁ କାରଣରୁ ମହିଳା ଜଣଙ୍କୁ ହତ୍ୟା କଲା ତହାର କାରଣ ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking