33.1 C
Bhubaneswar
Sunday, May 12, 2024
Homeବ୍ରେକୀଙ୍ଗଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ପୁଣି ମହାଅଭିଯୋଗ ପ୍ରସ୍ତାବ

ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ପୁଣି ମହାଅଭିଯୋଗ ପ୍ରସ୍ତାବ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ପୁଣିଥରେ ମହାଅଭିଯୋଗ ପ୍ରସ୍ତାବ । ଡେମୋକ୍ରାଟାଙ୍କ ତରଫରୁ ପୁଣି ଥରେ ଏହି ମହାଅଭିଯୋଗ ପ୍ରସ୍ତାବ ପ୍ରକିୟା ଆରମ୍ଭ କରାଯାଇଛି । ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ ଦଳର ନେତା ମାନେ । ଏହି ସମ୍ପର୍କିତ ପ୍ରସ୍ତାବରେ କୁହାଯାଇଛି ଯେ ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି । ତେବେ ଏହି ପ୍ରସ୍ତାବରେ ରିପବ୍ଲିକାନର ନେତା ମାନେ ଭୋଟିଂ କରିବାକୁ ଦେଇନାହାନ୍ତି ।

ଗତ ଦିନ ମାନଙ୍କରେ କ୍ୟାପିଟାଲରେ ଟ୍ରମ୍ପଙ୍କ ସମର୍ଥକ ନେତା ମାନେ ଯେଉଁ ହିଂସା ଓ ଅରାଯକତା ପ୍ରଦର୍ଶନ କରିଥିଲେ । ତାକୁ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ବୋଲି ଗ୍ରହଣ କରାଯାଇଛି ଓ ଟ୍ରମ୍ପ ନିଜେ ଏହି ବିଦ୍ରୋହକୁ ଉସକାଇଥିବା ଅଭିଯୋଗ କରାଯାଉଛି । ଏହା ଟ୍ରମ୍ପଙ୍କ ବିରୁଦ୍ଧରେ ଆଗତ ହୋଇଥିବା ୨ୟ ମହାଅଭିଯୋଗ ପ୍ରସ୍ତାବ ଅଟେ । ତେବେ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ହଟିବାର ମାତ୍ର ୯ ଦିନ ଆଗରୁ ଡ଼େମୋକ୍ରାଟ ଦଳର ନେତା ମାନେ ଏହି ପଦକ୍ଷେପ ନେଇଛନ୍ତି । ଆଗରୁ ଡିସେମ୍ବର ୨୦୧୯ରେ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking