28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚ୍ଚିବ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚ୍ଚିବ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ରାୟପୁର : ୧୯୯୨ ମସିହା ବ୍ୟାଚ ର ଆଇ.ଏ.ଏସ. ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚ୍ଚିବ ପଦର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି | ମୁଖ୍ୟ ଶାସନ ସଚ୍ଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟି ରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଥିବାର ସରକାରୀ ବିଜ୍ଞପ୍ତି ନାମା ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶ ପାଇଛି |

ଶ୍ରୀ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ତଥା ଗୃହ ଓ ଜେଲପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇ.ଟି,ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚ୍ଚିବ ଦାୟିତ୍ୱ ତୁଲାଉଛନ୍ତି | ଏହା ପୂର୍ବରୁ ସେ ଛତିଶଗଡ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି |

ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ଶ୍ରୀ ସାହୁ ପ୍ରଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି | ସେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚ୍ଚିବ ସହଦେବ ସାହୁଙ୍କର ସୁପୁତ୍ର ଅଟନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking