30.6 C
Bhubaneswar
Thursday, August 6, 2026
Homeଓଡିଶାଭାରତ-ନେପାଳ ସୀମାନ୍ତରେ ଉତ୍ତେଜନା

ଭାରତ-ନେପାଳ ସୀମାନ୍ତରେ ଉତ୍ତେଜନା

ବିହାର: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ସଂଲଗ୍ନ ଭାରତ-ନେପାଳ ସୀମାନ୍ତ ସୁସ୍ତା ସେକ୍ଟରରେ ପୁଣିଥରେ ସୀମା ବିବାଦକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଭାରତୀୟ ସୀମା ଭିତରକୁ ଏକ ମାଟି ବନ୍ଧ ସମ୍ପ୍ରସାରଣ କରିବା ସହ ସଶସ୍ତ୍ର ସୀମା ବଳ (ଏସଏସବି) ଯବାନଙ୍କ ଉପରେ ପଥରମାଡ଼ କରିବା ଅଭିଯୋଗରେ ନେପାଳର ସୁସ୍ତା ଗ୍ରାମର ୧୫୦ ରୁ ୨୦୦ ଜଣ ଅଜ୍ଞାତ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାମପୁରୱାଠାରେ ଅବସ୍ଥାପିତ ୨୧ତମ ବାଟାଲିୟନ୍ ଏସଏସବି କମାଣ୍ଡର ତଥା ସହକାରୀ କମାଣ୍ଡାଣ୍ଟ ଅବଧେଶ କୁମାରଙ୍କ ଅଭିଯୋଗ ଆଧାରରେ ବାଲ୍ମୀକିନଗର ଥାନାରେ ଏହି ମାମଲା ଦାଖଲ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଗତ ଜୁଲାଇ ୩୧ ତାରିଖରେ ନେପାଳର ଆର୍ମଡ୍ ପୋଲିସ ଫୋର୍ସ, ବାଗାହା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଏସଏସବି ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଫ୍ଲାଗ୍ ମିଟିଂରେ ଯଥାସ୍ଥିତି ବଜାୟ ରଖିବାକୁ ସହମତି ହୋଇଥିଲା। ତଥାପି ନିୟମ ଭଙ୍ଗ କରି ନିର୍ମାଣ କାର୍ୟ୍ୟ ଜାରି ରହିଥିବାରୁ ଏସଏସବି ଯବାନମାନେ ନେପାଳ ପୋଲିସ ସହ ଆଲୋଚନା କରୁଥିବା ବେଳେ ୧୫୦ ରୁ ୨୦୦ ଗ୍ରାମବାସୀ ଲାଠି ଓ ପଥର ଧରି ଆକ୍ରମଣାତ୍ମକ ରୂପ ନେଇଥିଲେ। ସ୍ଥିତି ବିଗିଡ଼ିବା ଦେଖି ଯବାନମାନେ ପଛକୁ ହଟିବା ବେଳେ ସେମାନଙ୍କ ଉପରେ ଗ୍ରାମବାସୀ ପଥରମାଡ଼ କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking