କଟକ: ରେଭେନ୍ସା ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ରେଭେନ୍ସା ଶିକ୍ଷକ ସଂଘର ଆଭ୍ୟନ୍ତରୀଣ ବୈଠକ ଆରମ୍ଭ ହୋଇଯାଇଛି । ଏହା ପରେ ରେଭେନ୍ସା ଭିସିଙ୍କ ସହ ସଂଘର ବୈଠକ ବସିବ । ସମାଧାନର ବାଟ ବାହାର କରିବାକୁ ଏହି ବୈଠକରେ ଆଲୋଚନା କରାଯିବ । ଗତକାଲି ଚିଫ ୱାର୍ଡେନଙ୍କ ସମେତ ବିଶ୍ୱ ବିଦ୍ୟାଳୟର ୨୯ ଜଣ ୱାର୍ଡେନ ଏବଂ ଡେପୁଟି ୱାର୍ଡେନ ସଂଘ ଇସ୍ତଫା ଦେଇଥିଲେ । ଗତ ୩ ତାରିଖରେ ହୋଇଥିବା ବୈଠକରେ ପରସ୍ପରକୁ ଦୁର୍ବ୍ୟବ୍ୟବହାର କରିବା ଅଭିଯୋଗକୁ ନେଇ ବିଶ୍ୱ ବିଦ୍ୟାଳୟ ପରିସରରେ ଅଚଳା ଅବସ୍ଥା ଦେଖାଦେଇଛି । ଇଷ୍ଟ ହଷ୍ଟେଲ ବିବାଦର ସମାଧାନ କରିବାକୁ ନେଇ ବସିଥିବା ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବିଶ୍ୱ ବିଦ୍ୟାଳୟର ଚିଫ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିଲେ ।










