30.6 C
Bhubaneswar
Thursday, August 6, 2026
Homeଓଡିଶାପାଠ୍ୟ ପୁସ୍ତକରେ ତ୍ରୁଟି: ସିଏମଓରେ ବୈଠକ

ପାଠ୍ୟ ପୁସ୍ତକରେ ତ୍ରୁଟି: ସିଏମଓରେ ବୈଠକ

ଭୁବନେଶ୍ୱର: ବହି ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଲା ବୈଠକ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ସହ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି । ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରସଙ୍ଗ ସହ ରେଭେନ୍ସା ବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ । ବଡ଼କଥା ହେଉଛି ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆମ ଜାତୀୟ ସଙ୍ଗୀତ’ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି’କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳ ବନାନ ମଧ୍ୟ ଭୁଲ୍ ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି । ଆହୁରି ପ୍ରଥମ ଶ୍ରେଣୀରେ ବର୍ଣ୍ଣମାଳା ସ୍ବରବର୍ଣ୍ଣର ‘ଅ’ରୁ ଆରମ୍ଭହେଉଥିଲା ଏବଂ ବ୍ୟଞ୍ଜନବର୍ଣ୍ଣ ‘ଲ’ରେ ସରୁଥିଲା । ପିଲା ବି ଓଡ଼ିଆ ଅକ୍ଷର ସବୁକୁ ଏଭଳି ‘ଅ’ରୁ ‘ଲ’ ପର୍ଯ୍ୟନ୍ତ ମନେ ରଖୁଥିଲେ । ହେଲେ ଏଥର ପ୍ରଥମ ଶ୍ରେଣୀରେ ସେ ସବୁ ସ୍ବରବର୍ଣ୍ଣ କି ବ୍ୟଞ୍ଜନବର୍ଣ୍ଣ ନାହିଁ । ବରଂ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଯେଉଁ ବହି ଝୁଲଣା-୧’ ପଢ଼ାଯାଉଛି ସେଥିରେ ପ୍ରଥମ ଅକ୍ଷର ‘ଚ’ । ‘ଚ’ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି । ଏହା ପରେ ରହିଛି ଟ, ମ, ଗ ଓ ର। ଏହା ପରେ ଯାଇ ଆସୁଛି ‘ଅ’ ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking