ନୂଆଦିଲ୍ଲୀ: ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ବମ୍ବେ ହାଇକୋର୍ଟ । ୨୦୧୩ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ବିଚାରପତି ଡକ୍ଟର ନୀଲା ଗୋଖଲେ ଏବଂ ବିଚାରପତି ଅମିତ ଜାମସାଣ୍ଡେକରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ତେହଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ । ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(୨)(ଏଫ୍), ୩୭୬(୨)(କେ), ୩୫୪ଏ ଏବଂ ୩୫୪ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅପରାହ୍ମ ୨.୩୦ରେ ଦଣ୍ଡର ପରିମାଣ ଘୋଷଣା କରାଯିବ । ୨୦୨୧ରେ ନିର୍ଦ୍ଦୋଷରେ ଖଲାସ କରିଥିଲେ ଗୋଆ ସେସନ୍ସ କୋର୍ଟ । ସୂଚନାଥାଉକି, ୨୦୧୩ ମସିହା ନଭେମ୍ବରରେ ଗୋଆରେ ଥିଙ୍କଫେଷ୍ଟ ଇଭେଣ୍ଟ ସମସୟରେ ଏକ ହୋଟେଲ ଲିଫ୍ଟ ଭିତରେ ଜଣେ ପୂର୍ବତନ ଜୁନିଅର ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଥିଲା ।ଏହା ପରେ ଗୋଆ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୨୦୧୩ ନଭେମ୍ବରରେ ତେଜପାଲଙ୍କୁ ଗିରଫ କରାଯାଇଥିଲା ।ପରେ ଚାର୍ଜସିଟ୍ ଦାଖଲ ହୋଇଥିଲା ଏବଂ ଦୀର୍ଘ ଆଇନ ପ୍ରକ୍ରିୟା ପରେ ୨୦୨୧ରେ ଗୋଆର ଟ୍ରାୟଲ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲା । ଏହି ରାୟକୁ ଗୋଆ ସରକାର ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପରବର୍ତ୍ତୀ ସମୟରେ ହାଇକୋର୍ଟରେ ଏହି ମାମଲାକୁ ନେଇ ଦୀର୍ଘ ଶୁଣାଣି ହୋଇଥିଲା ।










