ଗୁଜୁରାଟ: ଚାନ୍ଦିପୁରା ଭାଇରସ ସଂକ୍ରମଣରେ ଗୁଜୁରାଟରେ ୨୨ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଗୁଜୁରାଟରେ ଏଯାଏଁ ୧୮୪ ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି । ଏଥିରୁ ୩୫ ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ବେଳେ ୧୧ଟି ନମୁନାର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଗୁଜୁରାଟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସେରିଆ କହିଛନ୍ତି, ଚଳିତ ମୌସୁମୀ ଋତୁରେ ଗୁଜୁରାଟରେ ଚାନ୍ଦିପୁରା ଭାଇରସ- ସିଏଚ ପିଭି ଏକ ବିରଳ ଏବଂ ବିପଦପୂର୍ଣ୍ଣ ଭେକ୍ଟର- ବାହିତ ରୋଗ । ଯାହା ତୀବ୍ର ଏନସେଫାଲାଇଟସ ସିଣ୍ଡ୍ରୋମ ସୃଷ୍ଟି କରେ ଯେ, ଯାହା ମୁଖ୍ୟତଃ ବାଲି ମାଛି କାମୁଡା ଦ୍ୱାରା ବ୍ୟାପିଥାଏ ଏବଂ ମୃତ୍ୟୁ ୧୫ ବର୍ଷରୁ ମଧ୍ୟ କମ ବୟସ୍କ ପିଲାମାନେ ପ୍ରଭାବିତ ହୁଅନ୍ତି । ଏହି ଭାଇରସ ସଂକ୍ରମଣ ପରେ ଗୁଜୁରାଟରେ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି । ସରକାରୀ ଏବଂ ବେସରକାରୀ ଶିଶୁ ଚିକିତ୍ôସା କେନ୍ଦ୍ରଗୁଡିକୁ ଲକ୍ଷଣ ଥିବା ରୋଗୀମାନଙ୍କୁ ତୁରନ୍ତ ଅକ୍ସିଜେନ ଏବଂ ଭେଣ୍ଟିଲେଟର ସହିତ ସଜ୍ଜିତ ଆଇସିୟୁରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।










