ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ରେଙ୍ଗାଳି ନିର୍ବାଚନ ମଣ୍ଡଳୀ ଅଧୀନ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଏବଂ କର୍ଡୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେପି ନେତା ମୁରଲୀ ଛୁରିଆଙ୍କ ଉପରେ ଏକ ହାଇୱା ଚଢ଼ି ଯାଇଥିଲା । ପ୍ରଥମେ ଏହାକୁ ଏକ ସଡ଼କ ଦୁର୍ଘଟଣା ବୋଲି ଧରାଯାଇଥିଲେ ମଧ୍ୟ ପରେ ପରିବାର ଲୋକ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟା ମାମଲା ରୁଜୁ କରିଥିଲା ।ପୁଲିସ ହାଇୱା ଡ୍ରାଇଭରକୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ତଦନ୍ତ ପରେ ଘଟଣାକୁ ଟାର୍ଗେଟ କିଲିଂ ଦିଗରୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଅଭିଯୋଗ ଅନୁସାରେ, ଅନ୍ୟ ଜଣଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ଭୁଲବଶତଃ ଦୁଇ ବିଜେପି ନେତା ଏହାର ଶିକାର ହୋଇଥିଲେ।ଏହି ଘଟଣାରେ ହାଇୱା ଡ୍ରାଇଭରଙ୍କୁ ଗିରଫ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।










