34.1 C
Bhubaneswar
Friday, March 29, 2024
Homeଓଡିଶା୩୪ ଛାତ୍ରଙ୍କୁ ଜଣେ ଶିକ୍ଷକ, ଶିକ୍ଷାଦାନ ବାଧାପ୍ରାପ୍ତ

୩୪ ଛାତ୍ରଙ୍କୁ ଜଣେ ଶିକ୍ଷକ, ଶିକ୍ଷାଦାନ ବାଧାପ୍ରାପ୍ତ

ଫୁଲବାଣୀ : କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟ ସ୍କୁଲ ନିର୍ମାଣ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ କେଉଁଠି ଛାତ୍ର ଅଭାବରୁ ବିଦ୍ୟାଳୟକୁ ବନ୍ଦ କରୁଥିବା ବେଳେ କେଉଁଠି ଜଣେ ଶିକ୍ଷକରେ ବି ପାଠ ପଢା ବ୍ୟବସ୍ଥା ଚାଲିଛି । ବିଦ୍ୟାଳୟରେ ଆବଶ୍ୟକ ହେଉଥିବା ଶିକ୍ଷକ ନ ଥିବାରୁ ବ୍ଲକର ଅଧିକାଂଶ ସ୍କୁଲ ନାମକୁ ମାତ୍ର କେବଳ କାଗଜ କଲମ ଓ ଏମଡ଼ିଏମ ଖାଦ୍ୟ ବ୍ୟବସ୍ଥା କରି ଅବ୍ୟବସ୍ଥାରେ ଶିକ୍ଷା ଦାନ ବ୍ୟବସ୍ଥା ଚାଲିଛି । ସ୍କୁଲରେ ଜଣେ ଶିକ୍ଷକରେ ବିଭିନ୍ନ ତାଲିମ ଏମଡ଼ିଏମର କାଗଜପତ୍ର ଓ ଅନ୍ୟାନ୍ୟ କାମରେ ସମୟ ସରିଯାଉ ଥିବାବେଳେ ଛାତ୍ରଛାତ୍ରୀ ଶିକ୍ଷାଦାନ ନ ପାଇ ୧୦ ରୁ ୪ ଟା ମଧ୍ୟରେ ୧ ଘଣ୍ଟା ପାଠ ପଢିବା ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ ।

ଏମିତି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ଜାରଗି ପଦର ପ୍ରାଥମିକ ବିଦ୍ୟାଳୟରେ ଏହି ବିଦ୍ୟାଳୟରେ ୩୪ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ମାତ୍ର ଶିକ୍ଷକ ଶିକ୍ଷା ଦାନ କରୁଥିବା ଦେଖିବାକୁ ମିଳିଛ । ବିଦ୍ୟାଳୟଟି ୧୯୭୯ରେ ସ୍ଥାପିତ ହୋଇ ଥିବାବେଳେ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାମନ୍ତ ରାୟଙ୍କ ଅବସର ପରେ ଅନ୍ୟ ଜଣେ ସହକାରୀ ଶିକ୍ଷକ କୁମୁଦ ଚନ୍ଦ୍ର ନାୟକ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି । ବିଦ୍ୟାଳୟରେ ୩୪ ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ବିଦ୍ୟାଳୟ ରେ ୨ଟି ଶ୍ରେଣୀ ଗୃହ ମଧ୍ୟ ରହିଛି । ବିଦ୍ୟାଳୟକୁ ଲାଗି ରତଙ୍ଗ ପଞ୍ଚାୟତର କ୍ଲଷ୍ଟର ବିଲଡିଂ ମଧ୍ୟ ରହିଛି । ବିଦ୍ୟାଳୟରେ ନୂତନ ନିର୍ମାଣ କରାଯାଇ ଥିବା ରୋଷେଇ ଗୃହ ମଧ୍ୟ କାମରେ ଲାଗି ପାରୁନାହିଁ ।

ସମସ୍ତ ବ୍ୟବସ୍ଥା ଥିଲେ ମଧ୍ୟ ଶିକ୍ଷକ ଅଭାବରୁ ପାଠ ପଢା ବାଧାପ୍ରାପ୍ତ ହେଉଛି । ଯାହାଦ୍ୱାରା ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟ ପଟେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ସିଆରସି ଏବଂ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ତରଫରୁ ଲିଖିତ ଦେଇଥିବା ସଭାପତି ଦିଲ୍ଲୀପ କୁମାର ଦନ୍ତା କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟରେ ତୁରନ୍ତ ଜଣେ ଶିକ୍ଷକ ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନେ ଦାବି କରିଛନ୍ତି । ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲଙ୍କୁ ପଚାରିବାରୁ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରହିଛି ଓ ଅଳ୍ପ କିଛି ଦିନ ଭିତରେ ଜଣେ ଶିକ୍ଷକ ଜାରିଗି ପଦର ସ୍କୁଲକୁ ଦିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking