27.1 C
Bhubaneswar
Thursday, April 25, 2024
Homeଓଡିଶାଅନୁଗୁଳଶିଶୁ କନ୍ୟାଙ୍କୁ ପନିକିରେ ହାଣି ବାପ ଗିରଫ

ଶିଶୁ କନ୍ୟାଙ୍କୁ ପନିକିରେ ହାଣି ବାପ ଗିରଫ

ଅନୁଗୁଳ: ଅନୁଗୁଳ ସହରର ତାମରିଟ କଲୋନୀରେ ନିଜର ୫ ବର୍ଷର ଝିଅର ମୁଣ୍ଡକୁ ପନିକିରେ ହାଣିବା ଅଭିଯୋଗରେ ପୁଲିସ ବାପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଜରପଡ଼ା ଥାନା ଅନ୍ତର୍ଗତ ତୁବେଇ ଗାଁର ମୁନା ନାଏକ ସପରିବାର ଅନୁଗୁଳ ସହରର ତାମରିଟ କଲୋନୀରେ ରୁହନ୍ତି । ଶୁକ୍ରବାର ମୁନାଙ୍କ ସ୍ତ୍ରୀ ଲିଲି ଅସୁସ୍ଥ ଥିବାରୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅପରାହ୍ନରେ ମୁନା ମଦ୍ୟପାନକରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ଲିଲିଙ୍କ ପାଖରେ ଥିବା ତାଙ୍କ ବଡ଼ଝିଅଙ୍କୁ ସେଠାରୁ ବାହାରକରି ଘରକୁ ଆସିଥିଲେ । କୌଣସି ଗଣ୍ଡଗୋଳର ଆଶଙ୍କାକରି ଲିଲି ମଧ୍ୟ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ମୁନା ଏକ ଗାମୁଛାରେ ତାଙ୍କ ବଡ଼ଝିଅର ବେକକୁ ଗୁଡ଼ାଇ ମାଡ଼ ମାରୁଥିଲେ । ଏହା ଦେଖି ଲିଲି ପାଟି କରି ବଡ଼ ଝିଅକୁ ଉଦ୍ଧାର କରିଥିଲେ । ତେବେ ମଦ ନିଶାରେ ଚୁର ଥିବା ମୁନା ଏକ ପନିକି ଧରି ତାଙ୍କ ୫ ବର୍ଷର ଝିଅକୁ ଗୋଡ଼ାଇଥିଲା । ଏହି ପାଟିଗୋଳ ଶୁଣି ଘର ମାଲିକାଣୀ ପୁଷ୍ପାଞ୍ଜଳି ସେନାପତି ମୁନାଙ୍କୁ ବାରଣ କରିବାରୁ ତାଙ୍କୁ ପନିକିରେ ଆକ୍ରମଣ କରିଥିଲା । ଏହାପରେ ସାନଝିଅର ମୁଣ୍ଡକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପୁଷ୍ପାଞ୍ଜଳୀ ଓ ସାନଝିଅଙ୍କୁ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଲିଲି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ମୁନାଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking