33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମଠ ଓ ମନ୍ଦିର ଦେବେ ନାହିଁ ଟିକସ

ମଠ ଓ ମନ୍ଦିର ଦେବେ ନାହିଁ ଟିକସ

ଅଯୋଧ୍ୟା : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ବଡ ନିଷ୍ପତ୍ତି । ଅଯୋଧ୍ୟା ରେ ଥିବା ମନ୍ଦିର କୁ ନେଇ କଲେ ବଡ ଘୋଷଣା । ଅଯୋଧ୍ୟା ରେ ଥିବା ମଠ ଓ ମନ୍ଦିର ଗୁଡିକ ପାଇଁ ଟ୍ୟାକ୍ସ ଫି ଛାଡ କରାଯାଇଛି । ଅଯୋଧ୍ୟା ର ନଗର ନିଗମ ଏ ନେଇ ପ୍ରସ୍ତାବ ପାରିତ କରିଛନ୍ତି । ସିଏମ ଯୋଗୀ ଙ୍କ ମଠ ମନ୍ଦିର ଗୁଡିକରେ ଟ୍ୟାକ୍ସ ଫି ଛାଡ କରିବା ନେଇ ନଗର ନିଗମ ପ୍ରସ୍ତାବ କୁ ପାରିତ କରିଛି । ସେହି ସବୁ ମଠ ମନ୍ଦିର ଏବଂ ଆଶ୍ରମ ଗୁଡିକ ପାଇଁ ଟ୍ୟାକ୍ସ ଫି ଛାଡ କରାଯାଇଛି ଯେଉଁ ମାନେ ବ୍ୟବସାୟ କରୁ ନାହାନ୍ତି । ଏହା ସହ ମନ୍ଦିର ମାନଙ୍କ ଉପରେ ଥିବା ବକେୟା ଟ୍ୟାକ୍ସ ଫି ମଧ୍ୟ ଛାଡ କରାଯାଇଛି । ୟୁପି ର କ୍ୟାବିନେଟ ମନ୍ତ୍ରୀ ସୁରେଶ କୁମାର ଖନ୍ନା ଟ୍ୱିଟ କରି କହିଛନ୍ତି କି , ଅଯୋଧ୍ୟାରେ ମଠ ମନ୍ଦିର ପ୍ରତି ଟ୍ୟାକ୍ସ ଫି ଛାଡ କରାଯାଇଛି । କିଛି ଦିନ ପୂର୍ବେ ସିଏମ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ ରେ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଥିଲେ କି , ଅଯୋଧ୍ୟା ରେ ଥିବା ମନ୍ଦିର ଏବଂ ଧର୍ମ ଶାଳା କୁ ଟିକସମୁକ୍ତ କରାଯିବ । ସିଏମ ଙ୍କ ଏହି ଘୋଷଣା ପରେ ମ୍ୟୁନିସପାଲିଟି କର୍ପୋରେସନ ପ୍ରସ୍ତାବ ରେ ମୋହର ମାରିଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଅଯୋଧ୍ୟା ରେ ଉଦୟ ଛକ କୁ ଲତା ମଙ୍ଗେସକର ଙ୍କ ନାମରେ ଏବଂ ଟେଢି ବଜାର କୁ ନିଷାଦରାଜ ନାମରେ ନାମିତ କରିବାକୁ ମଧ୍ୟ ନଗର ନିଗମ ପ୍ରସ୍ତାବ ଲଗାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking